ଜ୍ଞାନବାପୀକୁ ନେଇ ବଡ ରାୟ, ହିନ୍ଦୁ ପକ୍ଷ ସପକ୍ଷରେ କୋର୍ଟଙ୍କ ଫଇସଲା

478

କନକ ବ୍ୟୁରୋ:  ଜ୍ଞାନବାପୀକୁ ନେଇ ବିବାଦରେ କୋର୍ଟଙ୍କ ବଡ ରାୟ । ହିନ୍ଦୁ ପକ୍ଷ ସପକ୍ଷରେ କୋର୍ଟ ଫଇସଲା ଶୁଣାଇଛନ୍ତି । ବାରାଣସୀ ଜିଲ୍ଲା କୋର୍ଟରେ ହୋଇଥିବା ଶୁଣାଣିରେ କୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରିଛନ୍ତି । କୋର୍ଟ କହିଛନ୍ତି ଜ୍ଞାନବାପୀ-ଶୃଙ୍ଗାର ଗୌରୀ ଶୁଣାଣି କରିବା ଯୋଗ୍ୟ ମାମଲା । ମାମଲାର ଶୁଣାଣି ସେପ୍ଟେମ୍ବର ୨୨ରେ ଅନୁଷ୍ଠିତ ହେବ । ମୁସଲିମ ପକ୍ଷର ହୋଇଥିବା ଆବେଦନ ଖାରଜ ହୋଇଛି ।

ସିଭିଲ ଜଜ ରବି ଦିବାକରଙ୍କ ସର୍ଭେ ଆଦେଶ ପରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜ୍ଞାନବାପି ମସଜିଦ ଅଞ୍ଜୁମନ ଇଂତଜାମିଆ କମିଟିର ଆବେଦନ ୭ ରୁଲ ୧୧କୁ ଖାରଜ କରିବା ପରେ ଜିଲ୍ଲା ଜଜ ହିନ୍ଦୁ ପକ୍ଷର ଦାବିକୁ ଠିକ୍ କହିବା ସହ ଶୁଣାଣି କରିବାକୁ ଗ୍ରହଣ କରିଥିଲେ । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୨ ସେପ୍ଟେମ୍ବରରେ ହେବ । ଜିଲ୍ଲା ଜଜଙ୍କ ଏହି ରାୟ ପରେ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ ।