ଅଙ୍ଗଦାନ କରି ଅମର ହୋଇଗଲା କୁନି ପୁଅ ସୁବୋଜିତ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ ।

693

କନକ ବ୍ୟୁରୋ: ଅଙ୍ଗଦାନ କରି ଅମର ହୋଇଗଲେ ୮ ବର୍ଷର ସୁବୋଜିତ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଛି ଶେଷ ବିଦାୟ । ଶୋକାକୁଳ ପରିବେଶ ସହ ସୁବୋଜିତଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି ପରିବାର ଓ ପ୍ରିୟଜନ ।

ଭୁବନେଶ୍ୱର କଳ୍ପନା ଅଞ୍ଚଳର ତୃତୀୟ ଶ୍ରେଣୀ ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ପରିବାର ଲୋକ ପୁଅର ଅଙ୍ଗଦାନ କରଥିଲେ । ଆଉ ସୁବୋଜିତଙ୍କ ପାଇଁ ୨ ଜଣଙ୍କୁ ମିଳିଛି ନୂଆ ଜୀବନ । ସୁବୋଜିତଙ୍କ ୨ଟି କିଡନୀ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଟିମ୍ ।