ଏସଟିଏଫ ହାତରେ ୟୁପିର ଟ୍ରକ୍ । ଡ୍ରାଇଭରକୁ ଅଟକ ରଖି ଚାଲିଛି ତନାଘନା । ଟ୍ରକ ଭିତରେ ଅଛି କ’ଣ?

289

କନକ ବ୍ୟୁରୋ: ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ହାତରେ ୟୁପିର ଟ୍ରକ । ଡ୍ରାଇଭରକୁ ଅଟକ ରଖି ଚାଲିଛି ତନାଘନା । ୟୁପିର ଏହି ଟ୍ରକ ଓଡିଶାରେ ପ୍ରବେଶ କରିବା ପରେ ଏସଟିଏଫ ନିଜ ଅଧିନକୁ ନେଇଛି । କେଉଁ କାରଣ ପାଇଁ ଏସଟିଏଫ ଜବତ କରିଛି ତାହା ସ୍ପଷ୍ଟ କରିନାହିଁ । କିନ୍ତୁ ଖବର ଅନୁଯାୟୀ ଏହି ଟ୍ରକ ଭିତରେ ବ୍ୟାଟେରୀ ରହିଛି । ଯାହା ବେଆଇନ୍ ଭାବେ କୁଆଡେ ଚାଲାଣ ହେଉଥିଲା । ଏସିଟିଏଫ ଏହି ସୂଚନା ପାଇବା ପରେ ଚଢାଉ କରି ଡ୍ରାଇଭରକୁ ଅଟକ ରଖିଛି ।