ଡ. ସବିରା ପ୍ରକାଶ: ପାକିସ୍ତାନରେ ନିର୍ବାଚନ ଲଢିବେ ଏହି ପ୍ରଥମ ହିନ୍ଦୁ ମହିଳା ।

111

କନକ ବ୍ୟୁରୋ: ପାକିସ୍ତାନରେ ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରଥମ ହିନ୍ଦୁ ମହିଳା ପ୍ରାର୍ଥୀ । ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଡାକ୍ତର ସବିରା ପ୍ରକାଶଙ୍କୁ ପ୍ରାର୍ଥୀ କରିଛି ବିଲୱାଲ ଭୁଟୋଙ୍କ ପାକିସ୍ଥାନ ପିପୁଲ୍ସ ପାର୍ଟି । ପ୍ରଥମ ହିନ୍ଦୁ ମହିଳା ଭାବେ ନିବାର୍ଚନରେ ସାମିଲ ହେଉଥିବାରୁ ଚର୍ଚ୍ଚାରେ ଡାକ୍ତର ସବିରା ପ୍ରକାଶ ।

କନକ ନ୍ୟୁଜକୁ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତ ରଖିଛନ୍ତି ସବିରା । ବିଶେଷ କରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ବର୍ଗ ଏବଂ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧି ଭାବେ ସେ ରାଜନୀତିକୁ ଆସିଛନ୍ତି । ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଶୈଳୀ ତାଙ୍କୁ ବେଶ ପ୍ରଭାବିତ କରିଥିବା କହିଛନ୍ତି ସବିରା । କାଶ୍ମୀରକୁ ନେଇ ଭାରତ ପାକିସ୍ଥାନ ମଧ୍ୟରେ ଦୀର୍ଘ ସମୟ ଧରି ଚାଲି ଆସିଥିବା ବିବାଦକୁ ନେଇ ମଧ୍ୟ ଡାକ୍ତର ସବିରା ପ୍ରକାଶ ନିଜ ମତ ରଖିଛନ୍ତି । ପାକିସ୍ଥାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର ହେଉଥିବା କଥାକୁ ମଧ୍ୟ ସବିରା ସ୍ୱୀକାର କରିଛନ୍ତି ।