ଓଡ଼ିଶା ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନୀ ଉପରେ ହେବ ଚଳଚ୍ଚିତ୍ର, ‘ଶେଷ କିଷାନ ବଲାସିଂଘାରୁ ବର୍ଲିନ’ ।

206

କନକ ବ୍ୟୁରୋ: ଓଡ଼ିଶାର ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶେଷ କିଷାନ ବଲାସିଂଘାରୁ ବର୍ଲିନ । ଉତ୍କଟ ଦାରିଦ୍ର୍ୟ ଭିତରେ ମଫସଲରେ ଜନ୍ମ ହୋଇ କିପରି ଏତେ ବଡ ସଫଳତା ପାଇଲେ ତାକୁ ନେଇ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଗାଁ ଚାଟଶାଳୀରୁ ପାଠ ପଢା ଆରମ୍ଭ କରିଥିବା ଶେଷ କିଷାନ ନବୋଦୟ ଏବଂ ପରେ ନାଇଜରରୁ ପାଠ ପଢିଥିଲେ ।

ଏବେ ଜର୍ମାନରେ ଜଣେ ସୁଖ୍ୟାତ ବୈଜ୍ଞାନିକ ହୋଇପାରିଛନ୍ତି ଶେଷ କିଶାନ । ତାଙ୍କ କାହାଣୀକୁ ନେଇ ଫିଲ୍ମ ଅନେକ ଯୁବପିଢୀଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି ।