ଆଇପିଏଲର ରୋମାଞ୍ଚକର ମ୍ୟାଚରେ ହାଇଦ୍ରାବାଦକୁ ହରାଇଲା କେକେଆର । ୨୦୮ ରନର ପିଛା କରି ୪ ରନରେ ହାରିଲା ହାଇଦ୍ରାବାଦ ।

128

କନକ ବ୍ୟୁରୋ: ଆଇପିଏଲର ରୋମାଞ୍ଚକର ମ୍ୟାଚରେ ହାଇଦ୍ରାବାଦକୁ ହରାଇଲା କେକେଆର ।  ୨୦୮ ରନର ପିଛା କରି ୪ ରନରେ ହାରିଲା ହ୍ରାଇଦ୍ରାବାଦ । ଆନ୍ଦ୍ରେ ରସଲେଙ୍କ ପରେ ବିସ୍ଫୋରକ ଇନିସ ଖେଳିଲେ ହେନରିଜ କ୍ଲାସେଁ ଶେଷ ଓଭୟ ଜିତିଲା କୋଲକତା । ପ୍ରଥମ ବ୍ୟାଟିଂ କରି କେକେଆର ୭ ୱିକେଟରେ ୨୦୮ ରନ କରିଥିଲା । ଦଳ ପକ୍ଷରୁ ସଲ୍ଟ  ଅର୍ଦ୍ଧଶତକ ମାରିଥିବା ବେଳେ ଶେଷ ଆଡକୁ ଧୁଆଁଧାର ବ୍ୟାଟିଂ କରିଥିଲେ ରସଲେ । ମାତ୍ର ୨୫ ବଲରୁ ୩ ଚୌକା, ୭ ଛକା ସହ ୬୪ ରନର ଇନିସ ଖେଳି ନଟ୍ଆଉଟ୍ ଥିଲେ ରସଲେ । ଯେଉଁଥିପାଇଁ ଦଳ ଏତେ ରନ କରିବାରେ ସକ୍ଷମ ହୋଇଥିଲା । ପରେ ହ୍ରାଇଦ୍ରାବାଦ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା । କିନ୍ତୁ ଦଳ ପକ୍ଷରୁ ସେପରି କେହି ବଡ ଇନିସ ଖେଳିପାରିନଥିଲେ ।

ହେନରିଜ କ୍ଲାସେଁ ଗୋଟିଏ ପଟେ ଠିଆ ହୋଇ ହ୍ରାଇଦ୍ରାବାଦକୁ ବିଜୟର ଦ୍ୱାରକୁ ନେଇଯାଇଥିଲେ । କିନ୍ତୁ ଶେଷ ଓଭୟରେ ହର୍ଷିତ ରଣା ଜବରଦସ୍ତ ବୋଲିଂ କରି ଦୁଇଟି ୱିକେଟ ନେବା ସହ ଦଳକୁ ବିଜୟୀ କରାଯାଇଥିଲେ ।ପ୍ରଥମ ଥର ପାଇଁ ଚଳିତ ଆଇପିଏଲରେ ସ୍କୋର ୨୦୦ ପାର କରିଥିଲା ।  ତେବେ ଆଜି ଆଜି ରାଜସ୍ଥାନ- ଲକ୍ଷେ୍ମø ଏବଂ ମ୍ବମ୍ବାଇ-ଗୁଜରାଟ ମଧ୍ୟରେ ମ୍ୟାଚ ଖେଳାଯିବ ।