ରାଜ୍ୟରେ ପୁଣି ଜନନୀ ଯନ୍ତ୍ରଣା ! ଗାଁକୁ ରାସ୍ତା ନଥିବାରୁ ୨ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ।

68

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଗାଁକୁ ରାସ୍ତା ନଥିବାରୁ ୨ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା । ଗଜପତି ଜିଲ୍ଲା ମୋହାନା ବ୍ଳକ ଜକରାପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଗାଁର ଅମ୍ବିକ ରଇତଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଲୋକେ ଖବର ଦେଇଥିଲେ । ହେଲେ ରାସ୍ତାରେ ନଦୀ ଥିବାରୁ ଆମ୍ବୁଲାନ୍ସ ଅଧା ରାସ୍ତାରେ ଅଟକି ଯାଇଥିଲା । ପରେ ଆଶା କର୍ମୀ ଓ ଆମ୍ବୁଲାନ୍ସ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ନଦୀ ପାର କରି ଆମ୍ବଲାନ୍ସ ଯାଏ ଆଣିଥିଲେ । ସେଠାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା ।