ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ବାପା । ଗଣ୍ଡରେ ପଡିଥିବା ପୁଅକୁ ଉଦ୍ଧାରବେଳେ ବୁଡିଗଲେ ଅରୁଣ ।

204

କନକ ବ୍ୟୁରୋ: ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ବାପା । ନିଜ ଆଠ ବର୍ଷର ପୁଅକୁ ସାଙ୍ଗରେ ନେଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗଣ୍ଡରେ ପୁଅ ପଡିଯାଇଥିବା ବେଳେ ପୁଅକୁ ଉଦ୍ଧାର କରି ନିଜେ ଗଣ୍ଡରେ ବୁଡିଯାଇଥିଲେ । ଏହିଭଳି ଏକ ହୃଦୟ ବିଦାରକ ଖବର ଦିଗପହଣ୍ଡି ତଲାସିଙ୍ଗି ଗାଁରେ ଦେଖିବାକୁ ମିଳିଛି । ଗାଁର ଅରୁଣ ପଣ୍ଡା ରାଉରକେଲାରୁ ଛୁଟି କାଟିବାକୁ ଗାଁକୁ ଆସିଥିଲେ । ନିକଟରେ ଥିବା ଘୋଡାହାଡ ନଦୀରେ ଗାଧୋଇବାକୁ ବାପା ପୁଅ ଯାଇଥିବା ବେଳେ ପୁଅ ହଠାତ ଗଣ୍ଡରେ ପଡିଯାଇଥିଲେ । ପୁଅକୁ ବଞ୍ଚାଇବାକୁ ଗଣ୍ଡ ପର୍ଯ୍ୟନ୍ତ ଚାଲିଯାଇଥିଲେ ବାପା । ପୁଅକୁ ଗଣ୍ଡ ଭିତରୁ ଉଦ୍ଧାର କରିଥିଲେ ହେଲେ ନିଜେ ଗଣ୍ଡ ଭିତରେ ବୁଡିଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ସମୟରେ ମୃତଦେହ ଉଦ୍ଧାର କରିଛନ୍ତି ।