ରିଲରେ ସଫଳ ମୁଭି ଦମନ । ହେଲେ ଯୋଜନା ଦମନ ଫେଲ୍, ମ୍ୟାଲରିଆ ପ୍ରବଣ ଅଞ୍ଚଳ ତାଲିକାରେ ରାୟଗଡା ସବୁଠୁ ଆଗରେ ।

84

କନକ ବ୍ୟୁରୋ: ଓଡିଶାରେ ଦମନ ଚଳଚ୍ଚିତ୍ର ବେଶ ସଫଳ ହୋଇଛି । ହେଲେ ବାସ୍ତବରେ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବ ଶୂନ୍ । ୨୦୨୨ରେ ସବୁଠୁ ମ୍ୟାଲରିଆ ପ୍ରବଣ ଅଞ୍ଚଳ ତାଲିକାରେ ରହଛି ରାୟଗଡା ଜିଲ୍ଲା । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୫ ବର୍ଷରେ ମ୍ୟାଲେରିଆ ମୃତ୍ୟୁ ଚିହ୍ନଟ ହୋଇନି । ମ୍ୟାଲେରିଆ ରୋକିବାକୁ ରାୟଗଡା ଜିଲ୍ଲାରେ ୨୦୧୭ରୁ ଦମନ ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଏହି ପାଇଲଟ ପ୍ରକଳ୍ପରେ ସାମିଲ ହୋଇଛି ଜିଲ୍ଲାର ୧୧ଟି ବ୍ଳକ ଓ ସେଥିରେ ରହିଛି ୧୫୦ଟି ସଚେତନତା ଶିବିର । ରେକର୍ଡ ସଂଖ୍ୟକ ୪ ଲକ୍ଷ ୯୫ ହଜାର ୫୪୭ ନମୂନା ପରୀକ୍ଷା କରାଯାଇଥିବାରୁ ଏଠାରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ୩୫ ଉପକେନ୍ଦ୍ର ସମେତ ୩୫୦ଗାଁ ଅତି ସମ୍ବେଦନଶୀଳ ଅଚଂଳ ଭାବେ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଚଳିତ ବର୍ଷ ସର୍ବାଧିକ ୪ ହଜାର ୮୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତି ହଜାରରେ ରାୟଗଡାରେ ୪.୮ ଜଣ ଆକ୍ରାନ୍ତ ହେଉଛନ୍ତି । ରାୟଗଡା ଜିଲ୍ଲାରେ ଚଳିତ ବର୍ଷ ୪ହଜାର ୮୬୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୭୭ ପ୍ରତିଶତ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ବିଷମକଟକ ସିଏଚ୍ସିରେ ପୂର୍ବରୁ ୨୦୩ ଜଣଙ୍କ ନମୂନା ପଜିଟିଭ ବାହାରିଥିବା ବେଳେ ୨୦୨୨ରେ ଡିସେମ୍ବର ମାସ ଭିତରେ ୪୮୪ ଜଣ ଙ୍କ ନମୂନା ପଜିଟିଭ ବାହାରିଥିଲା । ତେବେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୨୮୧ ଜଣ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୩୮ ପ୍ରତିଶତ ବୃଦ୍ଧି ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଜଣାଇଛି । ଗତ ଦୁଇ ବର୍ଷ ହେଲା ମଶାରୀ ବଣ୍ଟନ ହୋଇନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିିବାରେ ଲାଗଛି । ପୁଣିଥରେ ଏହି ମଶାରୀ ବଣ୍ଟନ ଅଭିଯାନକୁ ଆରମ୍ଭ କରାଯିବା ସହ ଲୋକମାନଙ୍କୁ ସଚେତନ ମଧ୍ୟ କରଯାଉଥିବା କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।