କଟକ ଛତ୍ରବଜାରରେ ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣା । ପ୍ରାଣ ହରାଇଲେ ୨ ଜଣ । 

272

କନକ ବ୍ୟୁରୋ: କଟକ ଛତ୍ରବଜାରରେ ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣା । ଅଘଟଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ତେବେ ଏବେ ବି ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି କଟକ ଛତ୍ରପୁର ନିକଟରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡି ପଡିଥିଲା । ପୋଲ ନିକଟରୁ ହଠାତ୍ ମାଟି ଧସିବା କାରଣରୁ କିଛି ଲୋକ ଏଥିରେ ଚାପି ହୋଇଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ଲୋକଙ୍କ ଗହଳି ଲାଗି ରହିଥିଲା । ତୁରନ୍ତ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ, ହେଲେ ଏହି ଅଘଟଣରେ ଏବେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।