ଅଷ୍ଟ୍ରେଲିଆ ଆକାଶରେ ପରାକ୍ରମ ଦେଖାଉଛନ୍ତି ୧୭ ଦେଶର ବାୟୁସେନା । ଡରଉଇନରେ ଚାଲିଛି ବିଶାଳ ମିଳିତ ସମରାଭ୍ୟାସ

245

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଆକାଶରେ ବିରତ୍ୱ ଦେଖାଇଲେ ଭାରତୀୟ ଯୁଦ୍ଧ ବିମାନ । ୧୬ ଦେଶ ସହ ଅଷ୍ଟ୍ରେଲିଆରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଯୁଦ୍ଧଭ୍ୟାସ ପିଚ ବ୍ଲାକରେ ଭାରତୀୟ ବାୟୁସେନାର ଟିମ୍ ଯୋଗଦେଇଛି । ୨୫୦୦ ଜବାନଙ୍କ ସହ ୧ ହଜାର ଯୁଦ୍ଧ ବିମାନ ନିଜ ନିଜର ବିରତ୍ୱ ଏହି ଯୁଦ୍ଧାଭ୍ୟାସରେ ପ୍ରଦର୍ଶନ କରିବେ ।

ଚୀନ-ତାଇୱାନ ବିବାଦ ଭିତରେ ଅଷ୍ଟ୍ରେଲିଆରେ ଚାଲିଛି ବିଶାଳ ମିଳିତ ଯୁଦ୍ଧାଭ୍ୟାସ । ଏହି ସମରାଭ୍ୟାସରେ ଭାରତ ସମେତ ୧୭ ଦେଶ ସାମିଲ ହୋଇଛନ୍ତି । ୧୭ ଦେଶର ୧୦୦ଟି ଯୁଦ୍ଧ ବିମାନ ଉଚ୍ଚ ଆକାଶରେ ନିଜର ପରାକ୍ରମ ଦେଖାଉଛନ୍ତି । ଏହି ମିଲିଟାରୀ ଡ୍ରିଲ ଅଗଷ୍ଟ ୧୯ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିବ । ୧୭ଦେଶରେ ଅଢେଇ ହଜାର ଯବାନ ଏଥିରେ ସାମିଲ ହୋଇଛନ୍ତି ।

ଅଷ୍ଟ୍ରେଲିଆରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଯୁଦ୍ଧଭ୍ୟାସ ପିଚ୍ ବ୍ଲାକରେ ଭାରତ ସାମିଲ ହୋଇଛି । ଅଷ୍ଟ୍ରେଲିଆ ଆକାଶରେ ବୀରତ୍ୱ ଦେଖାଇଛି ଭାରତୀୟ ଲଢୁଆ ଯୁଦ୍ଧ ବିମାନ ସୁଖୋଇ ଓ ସି -୧୭ ଗ୍ଲୋବମାଷ୍ଟର ୩ । ଅଷ୍ଟ୍ରେଲିଆର ଡରୱିନ ଠାରେ ଆୟୋଜିତ ଏହି ଯୁଦ୍ଧଭ୍ୟାସରେ ଭାରତ ସମେତ ୧୭ ଦେଶ ଭାଗ ନେଇଛନ୍ତି । ୧୭ ଦେଶର ୨୫୦୦ ଜବାନଙ୍କ ସମେତ ୧୦୦ ଯୁଦ୍ଧ ବିମାନ ନିଜ ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି । କରୋନା ମହାମାରି କାରଣରୁ ଗତ ୨ ବର୍ଷ ଧରି ଏହି ଯୁଦ୍ଧଭ୍ୟାସକୁ ବନ୍ଦ ରଖାଯାଇଥିଲା । ତେବେ ଚଳିତବର୍ଷ ଭାରତ ତରଫରୁ ୪ ଟି ସୁଖୋଇ -୩୦ ଓ ୨ ଟି ସି – ୧୭ ଯୁଦ୍ଧବିମାନ ଭାଗ ନେଇ ଅଷ୍ଟ୍ରେଲିଆ ଆକାଶରେ ପରାକ୍ରମ ଦେଖାଉଛନ୍ତି । ଗ୍ରୁପ କ୍ୟାପଟେନ ବାଇପିଏସ ନେଗୀଙ୍କ ନେତୃତ୍ୱରେ ଭାରତୀୟ ବାୟୁସେନା ଅଷ୍ଟ୍ରେଲିଆରେ ଏହି ଯୁଦ୍ଧାଭ୍ୟାସ କରିଛି ।

ସେହିପରି କ୍ୱାର୍ଡ ଦେଶଗୁଡିକୁ ବି ଏହି ଯୁଦ୍ଧଭ୍ୟାସ ଆହୁରି ମଜବୁତ୍ କରିବ ବୋଲି କୁହାଯାଇଛି । ଭାରତ ସମେତ ଅଷ୍ଟ୍ରେଲିଆ , ଫ୍ରାନସ , ବ୍ରିଟେନ , ଆମେରିକା , ନିୟୁଜିଲ୍ୟାଣ୍ଡ କାନାଡା ସହ ବିଭିନ୍ନ ଦେଶର ବାୟୁସେନା ଏହି ଯୁଦ୍ଧାଭ୍ୟାସରେ ଯୋଗଦେଇଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱର ଅନେକ କୋଣରେ ଯୁଦ୍ଧର ମାହୋଲ ଦେଖାଯାଉଛି । ଭାରତୀୟ ବାୟୁସେନା ତରଫରୁ କୁହାଯାଇଛି ଏହି ଯୁଦ୍ଧାଭ୍ୟାସ ଦ୍ୱାରା ଯୁଦ୍ଧର ମାହୋଲରେ ବିଭିନ୍ନ ଦେଶର ସେନାକୁ ଯଥେଷ୍ଟ ଜ୍ଞାନ ଓ ଅନୁଭବର ଆଦାନପ୍ରଦାନ କରିବ ।