ଭାରତକୁ ପାକିସ୍ତାନର ସାଂସଦ ମୁସ୍ତାଫା କମଲଙ୍କ ପ୍ରଶଂସା: ଚନ୍ଦ୍ରଯାନ-୩ର ସଫଳତାର କଥା କହି ବଖାଣିଲେ ପାକିସ୍ତାନର ଦୁର୍ଦ୍ଦଶା

124

କନକ ବ୍ୟୁରୋ: ପାକିସ୍ତାନ ଦୁର୍ଦ୍ଦର୍ଶା ବଖାଣିଲେ ପାକିସ୍ତାନର ସାଂସଦ । ଭାରତର ଉଦାହରଣ ଦେଇ ପାକିସ୍ତାନ ଥିବା ବିଭିନ୍ନ ମସସ୍ୟାର ଗୁମର ଖୋଲିଛନ୍ତି ପାକିସ୍ତାନର ସାଂସଦ ମୁସ୍ତାଫା କମଲ । ବୁଧବାର ପାକିସ୍ତାନର ସଂସଦରେ ମୁସ୍ତାଫା ଦେଇଥିବା ଭାଷଣ ଏବେ ଇଂଟରନେଟରେ ଭାଇରାଲ ହେଉଛି । ଯେଉଥିରେ ସେ କହୁଛନ୍ତି, ଯେତେବେଳେ ଚନ୍ଦଯାନ-୩ ମିଶନ ସଫଳତା ପାଇଁ ଭାରତ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟୁଛି ସେତେବେଳେ ପାକିସ୍ତାନରେ ପିଲା ରାସ୍ତାକଡରେ ଥିବା ନାଳରେ ପଡି ମୃତ୍ୟୁବରଣ କରୁଛନ୍ତି । କରାଚିରେ ପିଇବା ପାଣି ମିଳୁନାହିଁ । ଭାରତୀୟ ମାନେ ଯେତେବେଳେ ବିଶ୍ୱର ଟପ ୨୫ କମ୍ପାନୀୟ ସିଇଓ ହୋଇଛନ୍ତି ସେତେବେଳେ ପାକିସ୍ତାନରେ ୨ କୋଟି ୬୦ ଲକ୍ଷ ପିଲା ସ୍କୁଲ ଯାଉନାହାଁନ୍ତି ।