ଭୋଟର ଆଇଡି କାର୍ଡ ସହ ସଂଯୋଗ ହେବ ଆଧାର କାର୍ଡ: ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ଯାଇ କେନ୍ଦ୍ର ସରକାରଙ୍କ ନିଷ୍ପତି

322

କନକ ବ୍ୟୁରୋ: ଭାଟର ଆଇଡି କାର୍ଡ ସହ ସଂଯୋଗ ହେବ ଆଧାର କାର୍ଡ । ନିବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏପରି ସୁଧାର ଆଣିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ଆୟୋଗର ସୁପାରିସ କ୍ରମେ ସରକାର ଏପରି ବଡ ପରିବର୍ତନ କରିବାକୁ ନିଷ୍ପତି ନେଇଛନ୍ତି । ଆଉ ଏକ ପ୍ରସ୍ତାବ ଅନୁସାରରେ ପ୍ରଥମ ଥର ଭୋଟର ପଞ୍ଜିକରଣ କରିବାକୁ ଚାରିଥର ସୁଯୋଗ ମିଳିବ ।

ସୁପ୍ରିମକୋର୍ଟଙ୍କ ରାଇଟ ଟୁ ଜଜମେଂଟ ଓ ଟେଷ୍ଟ ଅଫ ପ୍ରପୋସଲାଲିଟିକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାକୃତ ଭିତିରେ କରାଯାଇଛି । ନିର୍ବାଚନ ଆୟୋଗଙ୍କ ଅନୁପାୟୀ ଏହା ଦ୍ୱାରା ପରିଚାଳିତ ପାଇଲଟ ପ୍ରକଳ୍ପଗୁଡିକ ସଫଳ ହୋଇଛି । ଏହା ସହ ନିର୍ବାଚନ ପ୍ରକ୍ରିୟାରେ ନକଲ ପ୍ରକିୟାକୁ ମଧ୍ୟ ରୋକିବାରେ ସହାୟକ ହୋଇବ । ସରକାର ଏହି ପ୍ରମୁଖ ନିବାଚନୀ ସୁଧାରକୁ ଚଳିତ ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରିବେ ।