ଓଡିଶା ସୀମାନ୍ତରେ ସୁରକ୍ଷାକର୍ମୀ ଆଲର୍ଟ । ଓଡ଼ିଶା ସୀମାନ୍ତ ଛତିଶଗଡ ଭଇଁଷାମୁଣ୍ଡା ଜଙ୍ଗଲରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ ।

109

କନକ ବ୍ୟୁରୋ: ଓଡ଼ିଶା ସୀମାରୁ ମାତ୍ର ୩୫ କିଲୋମିଟର ଦୂରରେ ଛତିଶଗଡ଼ ପୋଲିସର ଏନକାଉଂଟର । ଭଇଁଷାମୁଣ୍ଡା ଥାନା ଜଙ୍ଗଲରେ ଗୁଳି ବିନିମୟ ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଅନ୍ୟ ଜଣେ ମାଓବାଦୀ ଫେରାର ହୋଇଯାଇଛି । ମୃତ ମାଓବାଦୀ ନିକଟରୁ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ମାଓ କ୍ୟାମ୍ପ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୋଲିସ ଓ ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମେ ୧୦ ତାରିଖରେ ଛତିଶଗଡ଼ ବିଜାପୁରରେ ୧୦ ମାଓବାଦୀଙ୍କୁ ନିପାତ କରିଥିଲେ ଯବାନ । ଛତିଶଗଡ଼କୁ ମାଓମୁକ୍ତ କରିବା ପାଇଁ ଜଙ୍ଗଲରେ ଦିନ ରାତି ପଇଁତରା ମାରୁଛନ୍ତି ଯବାନ । ଚଳିତ ବର୍ଷ ୧୦୦ରୁ ଅଧିକ ମାଓବାଦୀଙ୍କୁ ନିପାତ କରାଯାଇଛି ।