ନିର୍ବାଚନ ପାଇଁ ଘନ ଘନ ପ୍ରଚାର କରୁଛନ୍ତି ନେତା । ସେପଟେ ୨ ଲକ୍ଷ ଟଙ୍କା ପାଇଁ ବିଦେଶରେ ବନ୍ଧା ପଡିଛନ୍ତି ଓଡିଆ ।

98

କନକ ବ୍ୟୁରୋ: ନିର୍ବାଚନ ପାଇଁ ପ୍ରଚାରରେ ମାତିଛନ୍ତି ନେତା, ସେପଟେ ୨ଲକ୍ଷ ଟଙ୍କା ପାଇଁ ବିଦେଶରେ ବନ୍ଧା ପଡିଛନ୍ତି ଓଡ଼ିଆ ଶ୍ରମିକ । ଉଦ୍ଧାର ପାଇଁ ଏହି ଦାଦନ ଶ୍ରମିକ ଜଣଙ୍କ ଭିଡ଼ିଓ ମାଧ୍ୟମରେ ନିବେଦନ କରିଛନ୍ତି । ଖଲ୍ଲିକୋଟ ଥାନା ଅର୍ନ୍ତଗତ ତୁଳସୀପୁର ଗାଁର ଜୟ ପ୍ରଧାନଙ୍କ ପୁଅ ସୁଜନ ପ୍ରଧାନ ଆବୁଧାବିକୁ ରୋଜଗାର ଆଶାରେ ଯାଇ ଫସିରହିଛନ୍ତି । ଘରକୁ ଫେରିବାକୁ କହିବା ପରେ କାମ କରୁଥିବା କମ୍ପାନୀ ସୁଜନଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ୨ଲକ୍ଷ ଟଙ୍କା ଦାବି କରୁଛି । ଏଭଳି ସ୍ଥିତିରେ ପୁଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ସୁଜନଙ୍କ ପରିବାର ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।