ଅଧରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ । ବିଜୁଳି, ଘଡଘଡି, ପବନ ସାଙ୍ଗକୁ ଅତିପ୍ରବଳ ବର୍ଷା ।

277

କନକ ବ୍ୟୁରୋ: ଅଧରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଥିବା ବେଳେ ରାସ୍ତା ଉପରେ ଗଛ ଉପୁଡି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । କ୍ଷୟକ୍ଷତି ନେଇ କୌଣସି ତଥ୍ୟ ମିିଳିନଥିଲେ ମଧ୍ୟ ରାଜଧାନୀର ବିଭିନ୍ନ ବସ୍ତିରେ ଘର ଗୁଡ଼ିକ ପ୍ରଭାବିତ ହୋଇଛି । ତଳିଆ ଅଂଚଳରେ ରହିଥିବା ଘର ଗୁଡିକରେ ପାଣି ପଶିବା ସହିତ ଆସବାପତ୍ର ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି । ୨୪ ଘଂଟା ମଧ୍ୟରେ କେନ୍ଦ୍ରାପଡା ରାଜନଗରରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ହୋଇଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ରାଜ୍ୟକୁୁ ଫେରିଛି ତାତି, କାଳବୈଶାଖି ସତ୍ୱେ ବି ଶନିବାର ରାଜ୍ୟର ୯ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୪୩ ଡିଗ୍ରୀ ସହ ନୂଆପଡା ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।