ଆଜି ମାତୃ ଦିବସ, ମା’ଙ୍କ ପାଇଁ ଦିନଟିଏ । ନିଃସର୍ତ୍ତ ମମତା ଓ ତ୍ୟାଗର ପ୍ରତୀକ ମା’ଙ୍କୁ ମାତୃଦିବସର ଶୁଭେଚ୍ଛା ।

147

କନକ ବ୍ୟୁରୋ: ଆଜି ମାତୃ ଦିବସ, ମା’ଙ୍କ ପାଇଁ ଦିନଟିଏ । ବିଶ୍ୱବ୍ୟାପୀ ପ୍ରତ୍ୟେଟି ମଣିଷ ଏହି ଦିବସକୁ ବେଶ ସହକାର ସହ ପାଳନ କରୁଛନ୍ତି । କିଏ କେକ୍ କାଟି ମାତୃ ଦିବସ ପାଳୁଛନ୍ତି ତ ଆଉ କିଏ ସୋସିଆଲ ମିଡିଆରେ ନିଜ ମାଙ୍କ ଫଟୋକୁ ସ୍ଥାନ ଦେଇ ମାତୃ ଦିବସ ପାଳନ କରୁଛନ୍ତି । ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମା, ଏହାର ସଜ୍ଞାକୁ ଶବ୍ଦରେ ବଖାଣିବା ମଧ୍ୟ କଷ୍ଟକର । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା ନିଜ ପିଲାର ଜନ୍ମଠୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ ଅଳିଅଝଟ ଶୁଣିବା ସହ ଦାୟିତ୍ୱ ମଧ୍ୟ ତୁଲାଇଥାନ୍ତି । ମା ଶବ୍ଦ ସ୍ୱର୍ଗଠାରୁ ବଡ଼ ହୋଇଥିବା ବେଳେ ଇଶ୍ୱରଙ୍କ ଠାରୁ ମଧ୍ୟ ମହାନ ହୋଇଥାଏ । ସେହି ପ୍ରେରଣାଦାୟୀ ମମତାମୟୀ ମଣିଷଟି ପାଇଁ ଆଜି ଦିନଟି ଉତ୍ସର୍ଗ ହୋଇଥିବା ବେଳେ ସମସ୍ତେ ମାତୃ ଦିବସ ପାଳନ କରୁଛନ୍ତି ।