ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ନିପାତ କଲା ଭାରତୀୟ ସେନା, ଲୋକେ ପକାଇଲେ ଭାରତ ମାତା କି ଜୟ ନାରା ।

172

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଯେଉଁ ଅପରେସନ ବା ଅଭିଯାନ ଆରମ୍ଭ ହୋଇଥିଲେ ସେଥିରେ ସେନାବାହିନୀକୁ ବଡ ସଫଳତା ମିଳିଛି । ଲସ୍କର-ଏ-ତୋଇବାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସଲିମ ପରେକୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବାହିନୀ । ଏହାସହ ପୂରା ଅଞ୍ଚଳର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାବାହିନୀ । ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀର ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛନ୍ତି କାଶ୍ମୀର ଆଇଜିପି । ତେବେ ଏହି ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଲୋକେ  ଭାରତ ମାତା କି ଜୟ ନାରା ଲଗାଇଥିଲେ ।

ଏହାପୂର୍ବରୁ ସୋମବାର ସକାଳୁ ବିଏସଏଫ ଯବାନ ମାନେ ସୀମା ସେପାରିରୁ ହେଉଥିବା ଅନୁପ୍ରବେଶକୁ ରୋକିବାରେ ସଫଳ ହୋଇଥିଲା । ଶତ୍ରୁ ଦେଶରୁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରୁଥିବା ବେଳେ ଅରନିଆ ସେକ୍ଟରରେ ଜଣେ ଅନୁପ୍ରବେଶକାରୀକୁ ବିଏସଏଫ ଯବାନ ମାନେ ନିପାତ କରିଥିଲେ । ନିପାତ ହୋଇଥିବା ଅନୁପ୍ରବେଶକାରୀ ଜଣକ ପାକିସ୍ତାରନ ମହମ୍ମଦ ସବୀର ମଲିକ ବୋଲି ଜଣାପଡିଛି । ମୃତଦେହ ପାଖରୁ ଏକେ-୪୭ ବନ୍ଧୁକ ସହ ୭ଟି ଗ୍ରେନେଡ ଜବତ କରାଯାଇଥିଲା ।

ଏହି ଘଟଣା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ, ସୀମା ସେପାରିରୁ ପୁଣିଥରେ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କଲାଣି ପାକିସ୍ତାନ । ଯେଉଁଥିପାଇଁ ପାକିସ୍ତାନ ପଟୁ ଆତଙ୍କବାଦୀ ମାନେ ଭାରତକୁ ଅନୁପ୍ରବେଶ କରୁଛନ୍ତି । ତେବେ ଏନେଇ ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।