ଡେଲଟା ଗଲା ଓମିକ୍ରନ ଆସିଲା । କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ କହିଲେ, ମେଟ୍ରୋ ସହରରେ ୭୫% ସଂକ୍ରମିତଙ୍କୁ ହୋଇଛି ଓମିକ୍ରନ୍ ସଂକ୍ରମଣ

125

କନକ ବ୍ୟୁରୋ: ଦେଶରେ ମେଟ୍ରୋ ସହଗୁଡିକରେ ଡେଲଟା ଚାଲିଯାଇଛି , ଆଉ ଓମିକ୍ରନ ଆସିଯାଇଛି । ଏହା କହିଛନ୍ତି କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡକ୍ଟର ଏନ.କେ. ଆରୋରା ।  ଜାତୀୟ ଗଣମାଧ୍ୟମକୁ ଡକ୍ଟର ଆରୋରା କହିଛନ୍ତି, ଦେଶରେ ତୃତୀୟ ଲହର ଆସିଯାଇଛି । ଆଉ ମେଟ୍ରୋ ସହରର ଅଧିକାଂଶ ମାମଲାରୁ ୭୫ ପ୍ରତିଶତ ହେଉଛି ଓମିକ୍ରନ ମାମଲା ।  ଡିସେମ୍ବର ପ୍ରଥମ ସପ୍ତାହରେ ଦେଶରେ ଓମିକ୍ରନ ଚିହ୍ନଟ ହୋଇଥିଲା । ଗତ ସପ୍ତାହରେ ମୋଟ୍ ମାମଲା ମଧ୍ୟରୁ  ୧୨ ପ୍ରତିଶତ ଓମିକ୍ରନ ମାମଲା ଥିଲା । ହେଲେ ଏବେ ଏହା ୨୮ ପ୍ରତିଶତ ବୃଦ୍ଧି ପାଇଛି ।

ସେପଟେ ରାଜ୍ୟରେ ମାତ୍ର ୭୦ଟି ନମୁନାର ଜିନୋମ ସିକ୍ୱେନ୍ସିଂ ହୋଇଥିଲା, ସେଥିରୁ ୩୭ଟି ଓମିକ୍ରନ ମାମଲା ଆସିଛି ।  ଏବେ ୩୦୦ରୁ ଉଦ୍ଧ୍ୱର୍ ନମୁନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଦିଆଯାଇଛି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହାର ସମୀକ୍ଷା କରିଛି । ତା ସହିତ ଜିଲ୍ଲା ସ୍ତରରେ ହସପିଟାଲ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ଅଧିକ ଟେଷ୍ଟିଂ ଓ ଜିନୋମ ସିକ୍ୱେନ୍ସିଂ କରିବାକୁ ପରାମର୍ଶ ଦିଆଯାଇଛି ।