ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୫ ଯବାନ ସହିଦ

182

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ପୁଣି ସହିଦ ହେଲେ ଯବାନ । ଆତଙ୍କବାଦୀ ଆକ୍ରମଣରେ ଆଜି ଦେଶର ଆଉ ୫ ଜଣ ଯବାନ ସହିଦ ହୋଇଛନ୍ତି । ରଜୌରୀରେ ହୋଇଛି ଏହି ଆତଙ୍କୀ ଆକ୍ରମଣ । ଯେଉଁଥିରେ ଦେଶର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହେବା ସହିତ ୫ ଜଣ ଯବାନ ସହିଦ ହୋଇଛନ୍ତି ।

ଜାମ୍ମୁ-କାଶ୍ମୀର ରାଜୌରି ଠାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ରାଜୌରୀ ଠାରେ ଯବାନଙ୍କ ପକ୍ଷରୁ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ଦ୍ୱାରା ବିସ୍ଫୋରଣ କରାଯାଇଥିଲା । ଏଥିରେ ୫ ଯବାନ ସହିଦ ହୋଇଛନ୍ତି । ଏବେ ସେଠାରେ ସେନା ପକ୍ଷରୁ ଅପରେସନ ଜାରି ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ।

ସେନାର ଏକ ବୟାନ ମୁତାବକ ଯେତେବେଳେ ସେନାର ଯବାନ ରାଜୌରୀର କଣ୍ଡି ଠାରେ ଅପରେସନ ଚଳାଇଥିଲେ । ହଠାତ ଆତଙ୍କବାଦୀମାନେ ସାମ୍ନାକୁ ଆସିଯିବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ଆତଙ୍କବାଦୀମାନେ ନିଜକୁ ବଞ୍ଚାଇବାକୁ ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ କିଛି ଜଣ ଗୁରୁତର ହୋଇଛନ୍ତି ।