ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପୋଲିସ ସତର୍କ : ଭୁବନେଶ୍ୱରରେ ମହିଳାଙ୍କ ପାଇଁ କମିଶନରେଟ ପୋଲିସର ଆଡଭାଇଜାରି, ଅଜଣା ବ୍ୟକ୍ତିଙ୍କ ସହ କଥା ନହେବାକୁ ପରାମର୍ଶ

888

କନକ ବ୍ୟୁରୋ : ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି । ସଡକରୁ ସଂସଦ ମାର୍ଗ, ସୋସିଆଲ ମିଡିଆ ସବୁଠି ହାଇଦ୍ରାବାଦର ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ହତ୍ୟା ଘଟଣାକୁ ନେଇ ଲୋକେ ଆକ୍ରଶ ଜାହିର କରୁଛନ୍ତି । ଦୁଷ୍କର୍ମକାରୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି । ଏହି ମାମଲାରେ ପୋଲିସ ୪ ଜଣକୁ ଗିରଫ କରିଛି ।

ଭୁବନେଶ୍ୱରରେ ମହିଳାମାନଙ୍କ ସୁରକ୍ଷା ପାଇଁ ଆଡଭାଇଜରୀ ଜାରି କରିଛି କମିଶନରେଟ୍ ପୋଲିସ । ଯେଉଁଥିରେ ପରାମର୍ଶ ଦିଆଯାଇଛି – ଅଜଣା ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ ଓ ସେମାନଙ୍କ ସହ କଥାବାର୍ତା ହୁଅନ୍ତୁ ନାହିଁ । ପୋଲିସ ହେଲ୍ପଲାଇନ ନମ୍ବର ୧୦୦କୁ ଡାଏଲ କରନ୍ତୁ । ଏବଂ ପୋଲିସ ପିସିଆର ଭ୍ୟାନ ନପହଂଚିବା ଯାଏଁ ଜନଗହଳି ସ୍ଥାନ ଯେମିତିକି, ସପିଂମଲ ଓ ପେଟ୍ରୋଲ ପମ୍ପରେ ହିଁ ରୁହନ୍ତୁ ।