ଅଷ୍ଟ୍ରେଲିଆରେ ପ୍ରାଟିସ୍ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ । କଙ୍ଗାରୁ ମାଟିରେ ଚମକିଲେ ସୂର୍ଯ୍ୟକୁମାର, ଅର୍ଶଦୀପ ସିଂହ ।

2,172

କନକ ବ୍ୟୁରୋ: ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଲୟରେ ନଜର ଆସିଛି ଟିମ୍ ଇଣ୍ଡିଆ । ଆଜି ଅଷ୍ଟ୍ରେଲିଆରେ ଖେଳାଯାଇଥିବା ପ୍ରାଟିସ୍ ମ୍ୟାଚରେ ଦଳର ବୋଲରମାନେ ଚମକ୍ରାର ପ୍ରଦର୍ଶନ କରିଥିବାବେଳେ, ଟିମ୍ ଇଣ୍ଡିଆ ୧୩ ରନରେ ମ୍ୟାଚ୍ ଜିତିନେଇଛି ।

ବିଶ୍ୱକପ୍ ପୂର୍ବରୁ ଆଜି ପ୍ରାଟିସ୍ ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଭାରତୀୟ ଦଳ ଏବଂ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଭିତରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । କେ ଏଲ ରାହୁଲ ଓ ବିରାଟ କୋହଲିଙ୍କୁ ଅନୁପସ୍ଥିତିରେ ଦଳ ପାଇଁ ରୋହିତ ଶର୍ମା ଓ ରିଷଭ ପନ୍ତ ଓପନିଂ କରିଥିଲେ । ହେଲେ ଉଭୟ ସଫଳ ହୋଇପାରିନଥିଲେ । ତେବେ ମଧ୍ୟମକ୍ରମରେ ଦୀପକ ହୁଡା ୨୨ ରନ୍, ସୂର୍ଯ୍ୟକୁମାର ଯାଦବ ୫୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନର ଇଂନିସ ଖେଳିବା ଯୋଗୁ ଟିମ୍ ଇଣ୍ଡିଆ ୨୦ ଓଭରରେ ୧୫୮ ରନ୍ କରିପାରିଥିଲା ।

ଏହାପରେ ୧୫୯ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ । ହେଲେ ଭାରତୀୟ ବୋଲରଙ୍କ ନିୟନ୍ତ୍ରିତ ବୋଲିଂ କାରଣରୁ ଦଳ ୨୦ ଓଭରରେ ମାତ୍ର ୧୪୮ ରନ୍ କରିପାରିଥିଲା । ଟିମ୍ ଇଣ୍ଡିଆ ପକ୍ଷରୁ ଅର୍ଶଦୀପ ସିଂହ ୩ ଓଭର ବୋଲିଂ କରି କେବଳ ୬ ରନ୍ ଦେବା ସହିତ ୩ଟି ସଫଳତା ପାଇଥିଲେ । ସେହିପରି ୟୁଜବେନ୍ଦ୍ର ଚହଲ ୨ଟି ଓ ଭୁବନେଶ୍ୱର କୁମାର ୨ଟି ସଫଳତା ପାଇଥିଲେ ।