ତଥାଗତଙ୍କ ସତର୍କଘଂଟି

47

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ଅନ୍ତଦ୍ୱର୍ନ୍ଦ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଉ ଏହି ଘଡିସନ୍ଧି ମୁହୂର୍ତରେ ଦଳର ବରିଷ୍ଠ ନେତା ତଥା ସାଂସଦ ତଥାଗତ ସତପଥୀଙ୍କ ବୟାନ ସମସ୍ତଙ୍କୁ ଚମକାଇ ଦେଇଛି । ଦୈନିକ ଖବରକାଗଜ ଧରିତ୍ରୀରେ ସଂପାଦତୀୟ ଲେଖି ତଥାଗତ କହିଛନ୍ତି ବିଜେଡିକ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି ।

ତେବେ ତଥାଗତଙ୍କ ଏହି ସାଘାଂତିକ ଅନୁମାନ ଏବେ ଦଳକୁ ସତର୍କଘଂଟି ଶୁଣାଇଛି । ସଂପାଦକୀୟ ମାଧ୍ୟମରେ ତଥାଗତ କେଉଁ ପ୍ରସଙ୍ଗ କହିବାକୁ ଚାହୁଁଛନ୍ତି ଓ କାହାକୁ ଇଙ୍ଗିତ କରିବାକୁ ଚାହୁଁଛନ୍ତି ତାହା ଅସ୍ପଷ୍ଟ ରହିଛି । ହେଲେ ଦଳୀୟ ନେତାଙ୍କୁ କିନ୍ତୁ ୪୪୦ ଭୋଲ୍ଟର ଝଟକା ଲାଗିଛି ।

ଛୋଟିଆ ନିର୍ବାଚନ, ବଡ ରାଜନୀତି । ଏହି ହାରକୁ ନେଇ ତଥାଗତ ଦଳକୁ ସତର୍କ କରିବାକୁ ଚହିଁଛନ୍ତି ନା ନିଜ କ୍ଷୋଭ ପ୍ରକାଶ କରିଛନ୍ତି ।