ଜଳୁଛି ଲେଖାଙ୍କ କଥା

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନ ନେଇ ବିବାଦ ତେଜିବାରେ ଲାଗିଛି । ତାଙ୍କ ମନ୍ତବ୍ୟ ସାରା ଓଡିଶାର ନାରୀ ସମାଜ ପାଇଁ ଅପମାନ ବୋଲି ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଛି । ଆଜି ନୀଳଗିରି ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲେଖାଶ୍ରୀଙ୍କ ଗିରଫ ଦାବିରେ ସ୍ଥାନୀୟ ବିଜେଡି ମହିଳା ମୋର୍ଚ୍ଚା ନେତ୍ରାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାର ସଦସ୍ୟ ହୋଇଥିବା ବେଳେ ନୀଳଗିରି  ଅଂଚଳର ବୋହୂ ହୋଇଥିବା ବେଳେ ତାଙ୍କର ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଲେଖାଶ୍ରୀ ଓଡିଶାର ନାରୀ ସମାଜକୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି ମହିଳା ସଂଗଠନ । ସେପଟେ କଟକରେ ମଧ୍ୟ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲେଖାଶ୍ରୀଙ୍କ ଗିରଫଦାରି ଓ କ୍ଷମାପ୍ରାର୍ଥନା ଦାବି କରିଛି ଦଳ । କନକ ନ୍ୟୁଜର ମହାବିତର୍କରେ ଭାଗ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମହିଳାଙ୍କ ଦେହବେପାର କରୁଥିବା ନେଇ ଦେଇଥିବା ବିବାଗୀୟ ବୟାନ ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଗତକାଲି ରାଜ୍ୟ ବିଜେଡି ମହିଳା ସଂଗଠନ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲେଖାଶ୍ରୀଙ୍କ ଗିରଫ ଦାବି କରିଥିଲା ।

ଏହା ସହ ରାଜନୀତିରେ ଲେଖାଶ୍ରୀ ବିବାଦ