ମାଡ଼ିଆସୁଛି ବାତ୍ୟା ‘ମଣ୍ଡୋସ’ । ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡ୍ଡୁଚେରୀରେ ଆଲର୍ଟ । ୩ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

361

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା’ ମଣ୍ଡୋସ’ ଯୋଗୁଁ ତାମିଲନାଡୁ ଓ ପୁଡୁଚେରୀରେ ଅଲର୍ଟ ଜାରି କରାଯାଇଛି । ଉତ୍ତର ଭାରତରେ ଥଣ୍ଡା ବଢ଼ୁଥିବାବେଳେ ଦକ୍ଷିଣ ଭାରତର କିଛି ସ୍ଥାନରେ ପାଗ ପରିବର୍ତନ ହୋଇ ବର୍ଷା ହେବାରେ ଲାଗିଛି । ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଭାରତର କିଛି ସ୍ଥାନ ପାଇଁ ଅଲର୍ଟ ଜାରି କରାଯାଇଛି ।

ସମ୍ଭାବ୍ୟ ‘ବାତ୍ୟା ମଣ୍ଡୋସ’ ପ୍ରଭାବରେ ତାମିଲନାଡୁର ଉପକୂଳବର୍ତୀ ଅଂଚଳରେ ବର୍ଷା ଆରମ୍ଭ ହୋଇଛି । ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତାମିଲନାଡ଼ୁ , ପୁଡ଼ୁଚେରୀ ଠାରେ ନୈାସେନା ଓ ଏନଡ଼ିଆରଏଫ ଟିମ ସଜାଗ ରହିଛି । ସେପଟେ ପଶ୍ଚିମ ପାଖ ଜମ୍ମୁ କଶ୍ମୀର ଏବଂ ଆଖପାଖ ଅଂଚଳରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ଅଛି । ଏବଂ ପାହାଡ଼ ଉପରେ ବରଫବର୍ଷା ହୋଇପାରେ । ରାଜସ୍ଥାନ,ପଂଜାବ.ହରିୟାଣା, ଦିଲ୍ଲୀ, ଉତରପ୍ରଦେଶ ସମେତ ଭାରତରର ବହୁ ରାଜ୍ୟରେ ବୁଧବାର ଠାରୁ ଆସନ୍ତା ତିନି ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।