ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଟ୍ୟୁସନ ଗଲେ ଆଉ ଫେରିଲେନି…

243

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ବରିକୁଳ ଗାଁରେ ନବମ ଶ୍ରେଣୀ ଛାତ୍ରୀ ଅମ୍ରିତା ଦାସଙ୍କ ମୃତ୍ୟୁ ନେଇ ହଇଚଇ ସୃଷ୍ଟି ହୋଇଛି । ସବୁଦିନ ଭଳି ଶନିବାର ଦିନ ଅମ୍ରିତା ଦାସ ଘର ଠାରୁ କିଛି ଦୂରକୁ ଟିଉସନ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ପରିବାର ଲୋକ ଅମ୍ରିତାଙ୍କୁ ଅନେକ ଖୋଜାଖୋଜି କରିଥିଲେ ବି ପାଇନଥିଲେ । ଦୀର୍ଘ ସମୟ ପରେ ଏକ ପୋଖରୀରେ ବ୍ୟାଗ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ପୋଖରୀରେ ଝିଅ ଭାସୁଥିବା ଦେଖି ପରିବାର ଲୋକ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକ ।

ପରିବାର ଲୋକଙ୍କ କହିବା ଅନୁସାରେ ନମ୍ରତା ମେଧାବୀ ଛାତ୍ର ଥିଲେ ଓ ବେଶ ଖୁସ ମିଜାଜର ଥିଲେ । ତେଣୁ ତାଙ୍କ ଏଭଳି ଆକସ୍ମିକ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ-୪ ଦିନ ତଳେ ଝିଅ ଟିଉସନରୁ ଫେରିବାର ସମୟରେ କିଛି ଯୁବକ କମେଣ୍ଟ କରିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ଯୁକ୍ତିତର୍କ ହୋଇଥିଲା । ଆଉ ଘଟଣାର ୪ ଦିନ ପରେ ଝିଅର ମୃତଦେହ ଉଦ୍ଧାର ହୋଇଛି । ତେଣୁ ତାଙ୍କୁ ହତ୍ୟା କରି ଫିଙ୍ଗାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଘଟଣା ନେଇ ମଙ୍ଗଳପୁର ଥାନାରେ  ପରିବାର ଲୋକ ଏତଲା ଦେଇଛନ୍ତି । କମେଣ୍ଟ ମାରିଥିବା ଯୁବକ ହିଁ ହତ୍ୟା ପଛରେ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।