ମିସ୍ ୟୁନିଭର୍ସଙ୍କୁ ବାହାହେବେ ମୋଦି! ସୁସ୍ମିତା ସେନ, ଲଳିତ ମୋଦୀଙ୍କୁ କରୁଛନ୍ତି ଡେଟ୍। 

1,160

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡଖବର ସାମ୍ନାକୁ ଆସିଛି । କ୍ରିକେଟ ପ୍ରଶାସକ ତଥା ବ୍ୟବସାୟୀ ଲଳିତ ମୋଦିଙ୍କୁ ସେ ଡେଟ କରୁଥିବା ଜଣାପଡିଛି । ନିଜେ ଲଳିତ ମୋଦୀ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ସୁସ୍ମିତା ସେନଙ୍କୁ ସେ ଡେଟ କରୁଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ସ୍ପଷ୍ଟ ଭାବେ କହିରଖିବାକୁ ଚାହୁଁଛି, ଆମେ ପରସ୍ପରକୁ ଡେଟ କରୁଛୁ । ଆମେ ବର୍ତ୍ତମାନ ବିବାହ କରିନାହିଁ । କିନ୍ତୁ ଶୀଘ୍ର ଏହା କରିପାରୁ । ଲଳିତ ସୁସ୍ମିତାଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିୁଛନ୍ତି । ଏଥିରେ ଉଭୟ ରୋମାଣ୍ଟିକ ମୁଡରେ ଦେଖିବାକୁ ମିଳିଛନ୍ତି ।

ଏହା ପୂର୍ବରୁ ଲଳିତ ସୁସ୍ମିତାଙ୍କର କିଛି ପୁରୁଣା ଫଟୋ ସେୟାର କରି ସେମାନେ ବିବାହ କରିଥିବା କଥାର ସାମାନ୍ୟ ସୂଚନା ଦେଇଥିଲେ । ଲଳିତ ଲେଖିଛନ୍ତି, ଗୋଟିଏ ଗ୍ଲୋବାଲ ଟୁର ପରେ ସେ ଲଣ୍ଡନ ଫେରିଆସିଛନ୍ତି । ପରିବାର ସହ ମାଳଦୀପ ଏବଂ ସର୍ଦ୍ଦିନିଆରେ ସମୟ ବିତାଇଥିଲେ । ସୁସ୍ମିତାଙ୍କୁ ସେ ନିଜର ବେଟରହାଫ କହିଛନ୍ତି । ନୂଆ ଜୀବନ ସାଥୀ ସହ ନୂଆ ଆରମ୍ଭ ନେଇ ସେ ଖୁସିଥିବା କହିଛନ୍ତି । ନିଜ ଇନଷ୍ଟାଗ୍ରାମ ଫଟୋ ମଧ୍ୟ ଲଳିତ ବଦଳାଇଛନ୍ତି ଯେଉଁଥିରେ ଉଭୟ ସୁସ୍ମିତା ଏବଂ ଲଳିତ ରହିଛନ୍ତି ।