କିଏ ଚଳାଉଛି ସୁଶାନ୍ତସିଂ ରାଜପୁତଙ୍କ ଟ୍ୱିଟର ଆକାଉଣ୍ଟ ? ବ୍ଲୁ ଟିକ୍ ପାଇଁ କିଏ ଭରିଲା ୬୫୦ ଟଙ୍କା ?

288

କନକ ବ୍ୟୁରୋ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛର କାରଣ ଏବେ ବି ରହସ୍ୟ ଘେରରେ ରହିଛି । ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ସ୍ପଷ୍ଟ ହୋଇପାରି ନାହିଁ । ହେଲେ ସୁଶାନ୍ତଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟି ନଥିବା ବେଳେ ପୁଣି ଏକ ରହସ୍ୟ ଏବେ ପୁଣି ସାମ୍ନାକୁ ଆସିଛି । କିଛିଦିନ ତଳେ ଟ୍ୱିଟର ତରଫରୁ ବ୍ଲୁ ଟିକ୍ ନେଇ ନୂଆ ନିୟମ ଆସିବା ପରେ ମୃତ ସୁଶାନ୍ତ ସିଂଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଥିଲା । ହେଲେ ଏବେ ସୁଶାନ୍ତ ସିଂଙ୍କ ଟ୍ୱିଟର ଆକାଉଣ୍ଟରେ ପୁଣିଥରେ ବ୍ଲୁ ଟିକ୍ ଦେଖାଦେବା ପରେ କିଏ ଟଙ୍କା ପୈଠ କଲା ତାହାକୁ ନେଇ ସସ୍ପେନ୍ସ ଆରମ୍ଭ ହୋଇଛି ।

ହେଲେ ଏହି ରହସ୍ୟ ଉପରୁ ପରଦା ହଟିଛି । ଟ୍ୱିଟର ପକ୍ଷରୁ ଏଭଳି କିଛି ଆକାଉଣ୍ଟରେ ସ୍ୱତଃପ୍ରବୃତ ଭାବେ ବ୍ଲୁ ଟିକ୍ ସବକ୍ରିପସନ କରାଯାଇଛି । ଯେଉଁ ଆକାଉଣ୍ଟରେ ଅଧିକମାତ୍ରାରେ ଫଲୋଅର୍ସ ରହିଛନ୍ତି ସେହିସବୁ ଆକାଉଣ୍ଟରେ ବିନା ଦେୟରେ ଟ୍ୱିଟର ପକ୍ଷରୁ ବ୍ଲୁ ଟିକ୍ ଦିଆଯାଇଛି । ଏଥିରେ ମୃତ ସେଲିବ୍ରେଟି ମାନଙ୍କ ଆକାଉଣ୍ଟ ବି ସାମିଲ ରହିଛି । ହେଲେ ସୁଶାନ୍ତ ସିଂଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣି ବ୍ଲୁ ଟିକ୍ ଫେରି ଆସିଥିବା ବେଳେ ଏହାକୁ ନେଇ ବେଶ୍ ଖୁସି ଅଛନ୍ତି ପ୍ରଶଂସକମାନେ ।

ସୂଚନା ଥାଉ କି, କେବଳ ବଲିଉଡ ଅଭିନେତା ସୁଶାନ୍ତସିଂ ରାଜପୁତ ନୁହଁନ୍ତି, ଶେଫ୍ ଏନ୍ଥୋନୀ ବୋରଡେନ ଓ ସାଉଦୀ ସାମ୍ବାଦିକ ଜମାଲ ଖଶୋଗୀଙ୍କ ଭଳି ମୃତ ସେଲିବ୍ରେଟି ମାନଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ଫେରାଇ ଦିଆଯାଇଛି । ଏହି ସେଲିବ୍ରେଟି ମାନଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ରହିଛନ୍ତି ।