ସୁର ରାଉତରାୟଙ୍କୁ କଳିଙ୍ଗ ଷ୍ଟାଡିୟମ ଗେଟ୍ ପାଖରୁ ବାହାର କରିଦେବା ପ୍ରସଙ୍ଗ: ସୁର କହିଲେ ଫୋନ୍ କରି ଭୁଲ୍ ମାଗିଲେ କ୍ରୀଡା ବିଭାଗ ସଚିବ

248

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ କଳିଙ୍ଗ ଷ୍ଟାଡିୟମ ଗେଟ୍ ପାଖରୁ ବାହାର କରିଦେବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୁର । କ୍ରୀଡା ବିଭାଗ ସଚିବ ତାଙ୍କୁ ଫୋନ୍ କରି ବୁଝାସୁଝା କରିବା ସହ ଭୁଲ୍ ମାଗିଥିବା କହିଛନ୍ତି ସୁର ରାଉତରାୟ । ମଙ୍ଗଳବାର ଦିନ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିବା ବେଳେ ସୁରଙ୍କୁ ସୁରକ୍ଷାକର୍ମୀ ଗେଟ୍ ନିକଟରୁ ଫେରାଇ ଦେଇଥିବା ଅଭିଯୋଗ ଆଣିଥିଲେ ସୁର । କଳିଙ୍ଗ ଷ୍ଟାଡିୟମରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ ଜଟଣୀ ବିଧାୟକ । ଏହି ସମୟରେ ସୁରେଶ ରାଉତରାୟଙ୍କୁ ବାଟ ଛାଡିନଥିଲେ ସୁରକ୍ଷା କର୍ମୀ । ଏହାପରେ ସୁରେଶ ରାଉତରାୟ ନିମନ୍ତ୍ରଣ ପତ୍ର ଦେଖାଇଥିଲେ । କିନ୍ତୁ ସୁରକ୍ଷାକର୍ମୀ କିଛି ନଶୁଣି ତାଙ୍କୁ ଷ୍ଟାଡିୟମରୁ ବାହାର କରିଦେଇଥିବା ଅଭିଯୋଗ ଆଣିଥିଲେ । ଅପମାନ ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଥିଲେ ସୁରେଶ ରାଉତରାୟ ।