ରାକ୍ଷୀରେ ରାଷ୍ଟ୍ରପତି : ବଜାରରେ ମହାମହିମ ରାକ୍ଷୀର ରହିଛି ଚାହିଦା; ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇ ନିଆରା ରାକ୍ଷୀ ପ୍ରସ୍ତୁତ କଲେ କ୍ରିଷ୍ଣା ଗିରି
କନକ ବ୍ୟୁରୋ : ରାକ୍ଷୀରେ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇ ନିଆରା ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଭୁବନେଶ୍ୱର ପଟିଆର କ୍ରିଷ୍ଣା ଗିରି । ବଜାରରେ ମହାମହିମ ରାକ୍ଷୀର ଚାହିଦା ରହିଛି । ଅନଲାଇନ୍ ଓ ଅଫଲାଇନରେ ଏହି ରାକ୍ଷୀ ଉପଲବ୍ଧ ହେଉଛି । ରାକ୍ଷୀ ପ୍ରସ୍ତୁତ କରିଥିବା କ୍ରିଷ୍ଣା ପେଶାରେ ଜଣେ ଶିକ୍ଷୟିତ୍ରୀ । ପ୍ରତିବର୍ଷ ନିଆରା ରାକ୍ଷୀ ପ୍ରସ୍ତୁତ କରିବା ତାଙ୍କର ଏକ ନିଶା ।
Kanak News is now on WhatsApp
Join and get latest news updates delivered to you via WhatsApp
ରାକ୍ଷୀ ପୂର୍ଣ୍ଣିମାର ମହତ୍ୱକୁ ଅଧିକ ଆକର୍ଷଣୀୟ କରିବା ପାଇଁ କ୍ରିଷ୍ଣା ଏଭଳି ପ୍ରୟାସ କରିଛନ୍ତି । ସମ୍ପୁର୍ଣ୍ଣ ପାରମ୍ପରିକ ଉପାୟରେ ଏହି ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଏହାକୁ ମଧ୍ୟ ପଟ୍ଟଚିତ୍ର ରାକ୍ଷୀ କୁହାଯାଉଛି । କାରଣ ରାକ୍ଷୀ ଉପରେ ରଙ୍ଗ ଓ ତୁଳୀରେ ରାଷ୍ଟ୍ରପତିଙ୍କ ଚିତ୍ର ଅଙ୍କାଯାଇଛି । ଦିନକୁ ପ୍ରାୟ ୨୦ରୁ ୩୦ ରାକ୍ଷୀ ପ୍ରସ୍ତୁତ କରୁଥିବା ବେଳେ ଅନଲାଇନ୍ ଓ ଅପଲାଇନ୍ରେ ଏହା ଉପଲବ୍ଧ ହେଉଛି । ଏହାର ଦାମ୍ ୫୦ରୁ ୧୦୦ ଟଙ୍କା ଭିତରେ ରହିଛି ।