ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ବଢ଼ିଲା ମନିଷ ସିସୋଦିଆଙ୍କ ଅଡୁଆ, ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

96

କନକ ବ୍ୟୁରୋ: ମନିଷ ସିସୋଦିଆଙ୍କୁ ସୁପ୍ରିମ ଝଟକା । ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ମନିଷଙ୍କୁ ମିଳିଲାନି ଜାମିନ । ।ଯାଂଚ ଏଜେନ୍ସିଙ୍କ ରିପୋର୍ଟକୁ ତର୍ଜମା କରିବା ପରେ ଜଷ୍ଟିସ ସଂଜୀବ ଖନ୍ନା ଓ ଜଷ୍ଟିସ ଏସବିଏନ ଭଟ୍ଟିଙ୍କ ଖଣ୍ଡପ୍ଥଙ୍ଖ ଜାମିନ ଦେବାକୁ ମନା କରିଦେଇଛନ୍ତି । ଏଥିସହ କୋର୍ଟ ମାମଲାରେ ସିସୋଦିଆଙ୍କ ଭୂମିକା କଣ ରହିଥିଲା ଏହାର ଶୁଣାଣୀ ଅତିବେଶୀରେ ୮ମାସ ଭିତରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସିସୋଦିଆଙ୍କୁ ‘ସୁପ୍ରିମ’ ଝଟକା
-ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟ ଓ ସିବିଆଇ କୋର୍ଟ ମନିଷଙ୍କ ଜାମିନ ଆବେଦନ ଖାରଜ କରିଥିଲେ ।
-କୋର୍ଟଙ୍କ ଫଇସଲାକୁ ଚ୍ୟାଲେଂଜ ଦେଇ ସୁପ୍ରିମକୋର୍ଟ ଯାଇଥିଲେ ମନିଷ
-ସୁପ୍ରିମକୋର୍ଟ ଆବେଦନ ଖାରଜ କରିବା ପରେ ସିସୋଦିଆଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିପାରେ
-୬ମାସ ଭିତରେ ଶୁଣାଣୀ ଶେଷ ନହେଲେ ପୁଣି ଥରେ ସେ ଜାମିନ ଆବେଦନ କରିପାରିବେ

ସୁପ୍ରିମକୋର୍ଟଙ୍କ ଶୁଣାଣୀ ପରେ ଆମ ଆଦମୀ ପାର୍ଟିକୁ ଘେରିଛି ବିଜେପି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛି ଦଳ । ସେପଟେ ଦଳ କହିଛି ନିର୍ବାଚନ ପରାଜୟ ଭୟରେ ଆମ ଆଦମୀ ପାର୍ଟିର ନେତାଙ୍କୁ ଜାଣିଶୁଣି ମିଛ ମାମଲାରେ ଫସାଯାଉଛି ।

ଅକ୍ଟୋବର ୧୭ ତାରିଖରେ କୋର୍ଟ ଜାମିନ ଆବେଦନ ଉପରେ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ । ମାମଲାରେ ଫେବ୍ରୁଆରୀ ମାସରୁ ଗିରଫ ହେବା ପରେ ଜେଲରେ ଅଛନ୍ତି ମନିଷ ସିସୋଦିଅ ।

‘ସିସୋଦିଆ’ଙ୍କ ସମସ୍ୟା ବଢ଼ୁଛି
-ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଫେବ୍ରୁଆରୀ ୨୬ରେ ଗିରଫ କରିଥିଲା
-୩୩୮କୋଟି ଟଙ୍କା ହେରଫେର ମାମଲାରେ ଇଡି ସିସୋଦିଆଙ୍କୁ ମାର୍ଚ୍ଚ ୭ରେ ଗିରଫ କରିଥିଲା
-ଦୁଇଟି ମାମଲାରେ ଉଭୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛନ୍ତି

କେବଳ ମନିଷ ନୁହେଁ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ୟତମ ଘନିଷ୍ଟ ସହଯୋଗୀ ତଥା ଆମ ଆଦମୀ ପାର୍ଟିର ଅନ୍ୟତମ ସାଂସଦ ସଂଜୟ ସିଂଙ୍କ ମଧ୍ୟ ଇଡି ଦ୍ୱାରା ଗିରଫ ହୋଇଛନ୍ତି ।