କନକ ବ୍ୟୁରୋ: ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିଶନର ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟପାଳ ସକାଳେ ଭୁବନେଶ୍ୱରରେ ପହଂଚିବା ପରେ ପୁରୀ ଯାଇ ଜଗାଦର୍ଶନ କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ତାଙ୍କୁ ସ୍ୱାଗତ ଜଣାଇବା ସହ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ପ୍ରାୟ ଏକ ଘଂଟା କାଳ ଶ୍ରୀମନ୍ଦିରରେ ରହିବା ସହ ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ ରଘୁବର ଦାସ । ଆସନ୍ତାକାଲି ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ । କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା କିପରି ତୃଣମୂଳ ସ୍ତରରେ ପଂହଚିପାରିବ । ତାକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ନୂଆ ରାଜ୍ୟପାଳ ।

Kanak News is now on WhatsApp
Join and get latest news updates delivered to you via WhatsApp
କୁହାଯାଏ, ୨୦୧୪ରେ ରଘୁବର ଦାସଙ୍କ ସଫଳ ଗୋଟି ଚାଳନା ଯୋଗୁଁ ଜେଏମଏମ୍କୁ ହଟାଇ କ୍ଷମତାକୁ ପୁଣିଥରେ ଫେରିଥିଲା ବିଜେପି । ଅର୍ଥାତ ଝାଡ଼ଖଣ୍ଡ ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ରହି ଆସିଛି । ନଜର ପକାନ୍ତୁ, ରଘୁବର ଦାସଙ୍କ ରାଜନୈତିକ କ୍ୟାରିୟର ଉପରେ :
୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡର ପ୍ରଥମ ଅଣ-ଆଦିବାସୀ ମୁଖ୍ୟମନ୍ତ୍ରୀ
୨୦୦୯ ଶିବୁ ସୋରେନ ସରକାରରେ ୫ମାସ ପାଇଁ ଉପ-ମୁଖ୍ୟମନ୍ତ୍ରୀ
୧୯୮୦ରେ ପ୍ରତିଷ୍ଠାତା ସଦସ୍ୟ ଭାବେ ବିଜେପିରେ ଯୋଗଦାନ
୧୯୯୫ରେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ
ଜାମସେଦପୁର-ଇଷ୍ଟରୁ ୫ ଥର ବିଧାୟକ ହୋଇଛନ୍ତି ରଘୁବର ଦାସ
ଦୁଇ ଥର ଝାଡ଼ଖଣ୍ଡ ବିଜେପିର ସଭାପତି ହୋଇଛନ୍ତି
୨୦୧୯ରେ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା ବିଜେପି
ଜେଏମଏମ୍ ପୁଣିଥରେ ସରକାର ଗଢ଼ିଥିଲା
ଜାମସେଦପୁର-ଇଷ୍ଟରୁ ନିର୍ବାଚନ ହାରିଥିଲେ ରଘୁବର ଦାସ
କୁହାଯାଉଛି, ଝାଡ଼ଖଣ୍ଡରେ ବିଜେପିର ଗୋଷ୍ଠୀକନ୍ଦଳକୁ ଟାଳିବା ପାଇଁ ରଘୁବର ଦାସଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ରାଜନୀତି ଗୋଟିଚାଳନାରେ ସେ ବେଶ୍ ସିଦ୍ଧହସ୍ତ ।