ଆଜି ପବିତ୍ର ଦୀପାବଳି ଅମାବାସ୍ୟା ! ମାତ୍ର ଦୁଇ ଘଂଟା ବାଣ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ

86

କନକ ବ୍ୟୁରୋ: ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଆନନ୍ଦ ଉଲ୍ଲାସର ସୁଅ ଛୁଟିବା ସହ ବିଭିନ୍ନ ରଙ୍ଗ ବେରଙ୍ଗର ରଙ୍ଗୋଲି ଦ୍ୱାରା ଘରଦ୍ୱାରକୁ ସଜେବାରେ ଲାଗିପଡିଛନ୍ତି ଲୋକେ । ସେହିପରି ଦିପ ଜଳାଇ ବାଣ ଫୁଟାଇ ଲୋକେ ଦିପାବଳିର ଖୁସି ମନାଇଛନ୍ତି । ହେଲେ ଦୀପାବଳିକୁ ଫିକା କରିଦେଇଛି ସୁପ୍ରିମକୋର୍ଡଙ୍କ ରାୟ । ନିକଟରେ ବାଣ ଫୁଟାକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯେଉଁଥିରେ ଉଭୟ ବାଣ ଫୁଟା ଏବଂ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

କୋର୍ଟ ନିର୍ଦ୍ଦେଶ ଅନୁସାରେ, ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ର୍ସବୋଚ୍ଚ ନ୍ୟାୟାଳୟ । ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ । ଦେଶରେ ବାୟୁ ପ୍ରଦୂଷଣ ବଢୁଥିବାରୁ ଆଗାମୀ ଦୀପାବଳିରେ ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ, ବାଣକୁ ସଂପୂର୍ଣ୍ଣ ବ୍ୟାନ କରିନାହାନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ କଟକଣା

– ଦୀପାବଳିରେ କେବଳ ୨ ଘଂଟା ବାଣ ଫୁଟାଇ ପାରିବେ

– ରାତି ୮ଟାରୁ ୧୦ ପର‌୍ୟ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି

– ନୂଆବର୍ଷ ଓ ଖ୍ରୀଷ୍ଟମାସରେ ମାତ୍ର ଘଂଟାଏ ଫୁଟାଇବେ ବାଣ

– ରାତି ୧୧ଟା ୪୫ରୁ ୧୨ଟା ୪୫ ଯାଏଁ ବାଣ ଫୁଟାଇବାକୁ ଅନୁମତି

ଦିଲ୍ଲୀ ଭଳି ଦେଶର ଅନେକ ପ୍ରମୁଖ ସହରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବାରୁ ବାଣକୁ ସଂପୂର୍ଣ୍ଣ ବ୍ୟାନ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ହେଲେ ବାଣ ବ୍ୟବସାୟୀ ଓ କାରିଗରଙ୍କ ଜୀବନ ଜୀବିକାର ଅଧିକାରକୁ ଆଖିରେ ରଖି ସୁପ୍ରିମକୋର୍ଟ ଏହିସବୁ କଡା ସର୍ତ୍ତ ସହ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏଥିସହ କୋର୍ଟ କହିଛନ୍ତି

– ଅନଲାଇନରେ ବିକ୍ରି ହୋଇପାରିବନି ବାଣ

– ବାଣ ବିକି ପାରିବେନି ଫ୍ଲିପକାର୍ଟ ଓ ଆମାଜନ୍ ଭଳି ଇ-କମର୍ସ ସଂସ୍ଥା