କନକ ବ୍ୟୁରୋ: ସୁକମା ବୁର୍କାପାଲ ମାଓ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାଓ ଆକ୍ରମଣରେ ୨୪ ଯବାନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ସିଆରପିଏଫ । ସୁକମାରେ ନିୟୋଜିତ ସିଆରପିଏଫ କମ୍ପାନୀର କମାଣ୍ଡର ଜୟନ ବିଶ୍ୱନାଥ ନିଲମ୍ବିତ କରାଯାଇଛି । ଏହାସହ ୭୪ ବାଟାଲିୟନ କମାଣ୍ଡାଂଟ ଫିରୋଜ କୁଜୁରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟରେ ଅବହେଳା ନେଇ ସ୍ପଷ୍ଟ ହେବା ପରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସିଆରପିଏଫ ଏଡିଜି । ଛତିଶଗଡ ସୁକମା ବୁର୍କାପାଲ ଜଙ୍ଗଲ ନିକଟରେ ରାସ୍ତା କାମକୁ ସୁରକ୍ଷା ଯୋଗାଉଥିବା । ସୁରକ୍ଷାକର୍ମୀଙ୍କୁ ଘେରାବନ୍ଦି କରି ଆକ୍ରମଣ କରିଥିଲେ ମାଓବାଦୀ । ଯେଉଁଥିରେ ୨୪ ଯବାନ ସହିଦ ହୋଇଥିଲେ । ଆଉ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର ।