୨୪ ଘଣ୍ଟାର ମାନସମନ୍ଥନ ପରେ ସୁଖବିନ୍ଦରସିଂଙ୍କ ନାମରେ ଲାଗିଲା ମୋହର, ପ୍ରତିଭାଙ୍କ ସମର୍ଥକଙ୍କ ପ୍ରତିବାଦ ଜାରି

184

କନକ ବ୍ୟୁରୋ : ପ୍ରାୟ ୨୪ ଘଂଟା ଧରି ହିମାଚଳପ୍ରଦେଶ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଯେଉଁ ସସପେନ୍ସ ଚାଲିଥିଲା ତାହା ଶେଷ ହୋଇଛି । ରାଜ୍ୟର ଆଗାମୀ ହେଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ବିଧାୟକ ଦଳ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା । ତେଣୁ ଦଳର ହାଇକମାଣ୍ଡ  ନିଷ୍ପତି ନେଇ ସୁଖବିନ୍ଦରଙ୍କ ନାଁରେ ମୋହର ମାରିଛନ୍ତି । ରବିବାର ଦିନ ୧୧ଟା ସମୟରେ ଶପଥ ପାଠ ଉତ୍ସବ ହେବ । ମୁଖ୍ୟମନ୍ତ୍ରୀ ରେସରେ ଥିବା ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ହେବ । । ସେପଟେ ସୁଖବିନ୍ଦରଙ୍କ ପାଖରେ ସବୁଠୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି । । ବର୍ତମାନ ହିମାଚଳର ପ୍ରଦେଶ କଂଗ୍ରେସର କ୍ୟାଂପେନିଂ କମିଟି ମୁଖ୍ୟ ଅଛନ୍ତି ସୁଖବିନ୍ଦର ।

ହାମିରପୁର ଜିଲ୍ଲାର ନାଡାଉନର ୩ୟ ଥର ପାଇଁ ବିଧାୟକ ଥିବା ସୁଖବିନ୍ଦର ବୃତିରେ ଜଣେ ଆଇନଜୀବୀ ମଧ୍ୟ । କଂଗ୍ରେସର ଷ୍ଟୁଡେଂଟ ୟୁନିଅନ ଅଫ ଇଣ୍ଡିଆର ଜଣେ ଆଗ ଧାଡିରେ ସଦସ୍ୟ ମଧ୍ୟ ଥିଲେ । ସେପଟେ ରାଜ୍ୟରେ ପ୍ରଥମ ଥର ପାଇଁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ନିର୍ବାଚନ ଫଳାଫଳ ବାହାରିବା ପରେ ପ୍ରଦେଶ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିବା କୁହାଯାଉଥିଲା । ଏପରିକି ତାଙ୍କ ସମର୍ଥକଭାବେ ହାଇକମାଣ୍ଡଙ୍କ ନିକଟରେ ନିଜ ଦାବି ଜଣାଇ ପ୍ରତିଭା ସିଂଙ୍କ ନାଁରେ ମୋହର ମାରିବାକୁ କହିଥିଲେ । ତେବେ ହଠାତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶା ମଉଳିବ ପରେ ରେସରୁ ଓହରିଥିଲେ ପ୍ରତିଭା ସିଂ । ସିମଲାରେ ବଡଧରଣର ହଙ୍ଗାମା କରୁଛନ୍ତି ପ୍ରତିଭାଙ୍କ ସମର୍ଥକ ।