କନକ ବ୍ୟୁରୋ: ପବିତ୍ର ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ପ୍ରଶାସନ ବି ଶୃଙ୍ଖଳାର ସହିତ ରଥଯାତ୍ରାର ସମାପନ ପାଇଁ କସରତ ଚଳାଇଛି। ପୁଲିସ ଛାଉଣି ଭିତରେ ପୁରୀ ସହରକୁ ଘେରି ଦିଆଯାଇଛି । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସଅଳ ସରିଥିବାରୁ ଆସନ୍ତାକାଲି ଠିକଣା ସମୟରେ ରଥଯାତ୍ରା ନୀତି ସଂପନ୍ନ ହେବ ବୋଲି ଆଶା କରାଯାଉଛି ।
ବିଧି ବ୍ୟବସ୍ଥା ଅନୁସାରେ, ଆସନ୍ତାକାଲି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା ଆଜି କରାଯିବ । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ। ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହୋଇଛି ଚତୁର୍ଧାବିଗ୍ରହଙ୍କ ପହଣ୍ଡି ।