ଅନଶନ କରି ଅସୁସ୍ଥ ବାଳୁକା ଶିଳ୍ପୀ ! ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

22

କନକ ବ୍ୟୁରୋ : ଅନଶନ କରି ଅସୁସ୍ଥ ବାଳୁକା ଶିଳ୍ପୀ । ବାଙ୍କୀ ମୁହାଣର ସଫେଇ ଦାବିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଧାରଣା ସମୟରେ ଅସୁସ୍ଥ ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତିନି ଦିନ ହେଲା ବାଙ୍କୀ ମୁହାଣ ସଫେଇ ଦାବିରେ ଧାରଣା ଦେଇଥିଲେ ସୁଦର୍ଶନ ।

ଆଜି ସୁଦ୍ଧା ସଫେଇ କାର୍ଯ୍ୟ ଆରମ୍ଭ କରିବାକୁ ଡେଡ୍ ଲାଇନ୍ ଦେଇଥିଲେ ସୁଦର୍ଶନ । ଆଜି ସନ୍ଧ୍ୟା ସୁଦ୍ଧା ସଫେଇ କାମ ଆରମ୍ଭ ନକଲେ ଓଡିଶା ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ପଦକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଚେତାବନୀ ଦେଇଥିଲେ ସୁଦର୍ଶନ ପଟ୍ଟନାୟକ । ମୁହାଣରେ ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଫେଇ କାମକୁ ତ୍ୱରାନ୍ୱିତ କରାଯାଇଛି । ସ୍ୱଚ୍ଛ ବାଙ୍କୀ ମୁହାଣ ବିଚ୍ ନାଁରେ ସ୍ୟାଣ୍ଡ ଆର୍ଟ କରି ସୁଦର୍ଶନ ନିଜ ପ୍ରତିବାଦ ଜଣାଇଥିଲେ । ବାଙ୍କୀ ମୁହାଣ ସଫେଇ କରିବାକୁ ବାରମ୍ବାର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୋ÷ଣସି ପଦକ୍ଷେପ ନେଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ ।

ଦେଖନ୍ତୁ ଏହି ଭିଡିଓ –