ସେନସର ବୋର୍ଡର କଇଁଚି ଚାଲିଲା ଅମର୍ତ୍ତ୍ୟ ସେନଙ୍କ ଉପରେ ତିଆରି ଡକ୍ୟୁମେଣ୍ଟାରୀ ଫିଲ୍ମରେ !

34

ଅନେକ ଫିଲ୍ମ ଉପରେ ସେନସରର ନଜର ପଡିଛି । ଫିଲ୍ମରୁ କୈାଣସି ବିବାଦିତ କି ଆପତ୍ତିଜନକ ଦୃଶ୍ୟ ବା ଶଦ୍ଦ କାଟିବାରେ ଉଠାଇଛି ସ୍ୱର । ଏବେ ଏହାର ଶିକାର ନୋବେଲ୍ ପୁରସ୍କାର ବିଜେତା ଅର୍ଥଶାସ୍ତ୍ର ବିଶାରଦ ଅମର୍ତ୍ତ୍ୟ ସେନଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଦ ଆର୍ଗ୍ୟୁୁମେଣ୍ଟେଟିଭ୍ ଇଣ୍ଡିଆନ୍’ । ସେନସର ବୋର୍ଡ ଫିଲ୍ମରେ ସାମିଲ କରାଯାଇଥିବା ଅମର୍ତ୍ତ୍ୟ ସେନଙ୍କ ଭାଷଣର କିଛି ଶଦ୍ଦକୁ ନାପସନ୍ଦ କରିଛି । ଆଉ ଏହି ଶଦ୍ଦକୁ ହଟାଇବାକୁ କହିଛି ।

ଏହି ଡକ୍ୟୁମେଣ୍ଟାରୀରେ ଅମର୍ତ୍ତ୍ୟ ସେନଙ୍କ ଜୀବନ କାହାଣୀ ସହ ତାଙ୍କର ଅନେକ ଭାଷଣକୁ ମଧ୍ୟ ସାମିଲ୍ କରାଯାଇଛି । ଯେଉଁଥିରେ ସେ ଭାରତର ବର୍ତ୍ତମାନ ସମୟରେ ଅନେକ ସମସ୍ୟା ଉପରେ ନିଜ ବିଚାର ରଖିଛନ୍ତି । ସେନସର ବୋର୍ଡ ଏକ ଭାଷଣ ଉପରେ କଇଁଚି ଚଲାଇଛି । ଯେଉଁଥିରେ ଗାଈ,ଗୁଜୁରାଟ,ହିନ୍ଦୁ ,ଭାରତ ଓ ଭାରତର ହିନ୍ଦୁତ୍ୱବାଦୀ ଦୃଷ୍ଟିକୋଣ ଭଳି ଶଦ୍ଦର ବ୍ୟବହାର କରିଚନ୍ତି । ସେନସର ବୋର୍ଡ କହିଛି ଏହି ସବୁ ଶଦ୍ଦକୁ ଫିଲ୍ମରୁ ହଟାଇଦିଆଯାଉ ।

ଏହି ଡକ୍ୟୁମେଣ୍ଟାରୀ ଫିଲ୍ମଟିକୁ କୋଲକତାର ଜଣେ ଅର୍ଥଶାସ୍ତ୍ରୀ ସୁମନ ଘୋଷ ତିଆରି କରିଛନ୍ତି । ଏହି ଫିଲ୍ମଟି ଅମର୍ତ୍ତ୍ୟ ସେନଙ୍କ ବହି ‘ ଆନ୍ ଆର୍ଗ୍ୟୁମେଣ୍ଟେଟୋଭ୍ ଇଣ୍ଡିଆନ୍’ ଉପରେ ଆଧାରିତ । ଫିଲ୍ମଟିରେ ଅର୍ଥଶାସ୍ତ୍ରୀ କୈାଶିକ୍ ବସୁ ଅମର୍ତ୍ତ୍ୟ ସେନଙ୍କ ଦ୍ୱାରା ଭାରତର ବର୍ତ୍ତମାନ ସ୍ଥିତି ଉପରେ ଚର୍ଚ୍ଚା କରୁଛନ୍ତି ।

(ସୌଜନ୍ୟ – ହିନ୍ଦୁସ୍ତାନ ଟାଇମ୍ସ )