ରାୟଗଡା ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ, କାମ ନାହିଁ ତ ଦରମା ନାହିଁ

289

କନକ ବ୍ୟୁରୋ:  ଜମିଜମା କାମରେ ସବୁବେଳେ ତଲସିହ ଅଫିସ ଗୁଡିକରେ ଭିଡ ଦେଖିବାକୁ ମିଳିଥାଏ । କିନ୍ତୁ କାମର ଚାପ ହେଉ କି ଅବହେଳା ଅନେକ ସମୟରେ ଲୋକଙ୍କୁ ଠିକ ସମୟରେ ସେବା ଦେବା ସମ୍ଭବ ହୋଇନଥାଏ । ଏବେ କାମରେ  ଅବହେଳା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂ । କାଶୀପୁର ତହସିଲଦାରଙ୍କ  ସମେତ ତହସିଲ ଅଧିନରେ ଥିବା ୩୦ କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ଯେତେବେଳେ  କାଶୀପୁର ତହସିଲ ନିରୀକ୍ଷଣ ପାଇଁ ଯାଇଥିଲେ ସେ ସମୟରେ କାମ ଠିକ ଭାବେ ହେଉନଥିବା ଜାଣିବାକୁ ପାଇଥିଲେ । ଗସ୍ତ ବେଳେ ଜଣାପଡିଥିଲା

-କାଶୀପୁର ତହସିଲରେ ଅଫିସ କାଗଜପତ୍ର ଠିକ ନାହିଁ

-ଲୋକଙ୍କୁ ଠିକ ସମୟରେ ସେବା ପ୍ରଦାନ କରାଯାଉନାହିଁ

-ଅନେକ କାମ ଶେଷ ନ ହୋଇ ଅଧାରେ ପଡିରହିଛି

-ଲୋକେ ନିଜର କାମ ପାଇଁ ବାରମ୍ବାର ଦୌଡୁଛନ୍ତି

ଆଉ ଏହାକୁ ଦୃଷ୍ଟିରେ ରଖି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲପାଳ । ଆଗାମୀ ଆଦେଶ ଯାଏଁ ଏ ସମସ୍ତଙ୍କର ଦରମା ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।  ଆଉ ଜିଲ୍ଲାପାଳଙ୍କ କଠୋର ଆଭିମୁଖ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି ମହିଳା ପ୍ରଶାସିକ।।