ଏସିଆ କପ ଫାଇନାଲ: ମୁହାଁମୁହିଁ ପାକିସ୍ତାନ-ଶ୍ରୀଲଙ୍କା। ଦୁବାଇରେ ଖେଳାଯିବ ମୁକାବିଲା।

89

କନକ ବ୍ୟୁରୋ: ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଆଜି ଖେଳାଯିବ । ପାକିସ୍ତାନ ଏବଂ ଶ୍ରୀଲଙ୍କା ଦଳ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ । ଏସିଆ କପର ଆୟୋଜକ ଶ୍ରୀଲଙ୍କା ଥିବା ବେଳେ ସୁରକ୍ଷା ତଥା ଆର୍ଥିକସ୍ଥିତି କାରଣରୁ ଏହାର ଆୟୋଜନ କରିପାରିନଥିଲା । ଏହି କାରଣରୁ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।

ଉଭୟ ଦେଶ କଥା ଯଦି ଦେଖିବା ଶ୍ରୀଲଙ୍କା ପାଞ୍ଚ ଥର ଏସିଆ କପର ଟାଇଟଲ ହାତେଇ ସାରିଥିବା ବେଳେ ଷଷ୍ଠ ଟାଇଟଲ ପାଇଁ ପଡିଆକୁ ଓହ୍ଲାଇବ । ଚଳିତ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଫଳ ଟିମ୍ । ସେହିଭଳି ପାକିସ୍ତାନ ମଧ୍ୟ ଦମଦାର ପ୍ରଦର୍ଶନ ସହ ଫାଇନାଲରେ ପହଞ୍ଚିଛି । ଦଳ ଭାରତକୁ ପରାସ୍ତ କରି ଫ୍ୟାନ୍ସଙ୍କୁ ଜୋରଦାର ଝଟକା ଦେଇଛି । ବର୍ତ୍ତମାନ ଫାଇନାଲରେ ଏହି ଦୁଇ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଯେଉଁ ଦଳ ଆଜି ଭଲ ପ୍ରଦର୍ଶନ କରିବ ଟ୍ରଫି ତା ହାତକୁ ଯିବ ।

ଏସିଆ କପର ଇତିହାସକୁ ନଜର ପକାଇବା ତେବେ ଭାରତ ସର୍ବାଧିକ ସାତ ଥର ବିଜୟୀ ହୋଇଛି । ସେହିଭଳି ପାକିସ୍ତାନ ଦୁଇ ଥର ଟ୍ରଫି ହାତେଇଛି । ତେଣୁ ତୃତୀୟ ଥର ଏହି ଟ୍ରଫି ହାତେଇବା ପାଇଁ ଚେଷ୍ଟା କରିବ ।