ଅଚାନକ ଟ୍ରେଣ୍ଡ କରୁଛି #BoycottMarriage, ଜଜଙ୍କ ଟିପ୍ପଣୀ ହେଉଛି ଭାଇରାଲ ।

112

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଆଜି ସକାଳୁ ହଠାତ୍ ଟ୍ରେଣ୍ଡ କରିବାରେ ଲାଗିଛି ବଏକଟ ମ୍ୟାରେଜ । ତେବେ ବର୍ତ୍ତମାନ ସମସ୍ତେ ଚିନ୍ତା କରୁଛନ୍ତି ଏମିତି କଣ ହେଲା ଯେ ସକାଳୁ ସକାଳୁ ଏଭଳି ଟ୍ରେଣ୍ଡ କରିବାରେ ଲାଗିଛି । ପ୍ରଥମେ ତ ବଏକଟ ଦେଖି ଲାଗିଲା ଯେ ବଲିଉଡର କୌଣସି ଫିଲ୍ମକୁ ନେଇ ଏହା ହୋଇଥାଏ ପାରେ । ତେବେ ପରେ ଜଣାପଡିଲା ଯେ ମୋହ-ମାୟାରୁ ଦୁରେଇ ଯାଉଥିବା ଲୋକ ଟ୍ୱିଟ କରିଚାଲିଛନ୍ତି ।

ସମସ୍ତେ ଚାହିଁଥାନ୍ତି ବିବାହ କରିବାକୁ କିନ୍ତୁ ଏଠି ଦେଖିବାକୁ ମିଳିଛି ଯେ ବଏକଟ ମ୍ୟାରେଜର ନାରା । ଟ୍ୱିଟରରେ ଏହା ଟ୍ରେଣ୍ଡ କରିବାରେ ଲାଗିଛି । ତେବେ ଏଥିରେ କ୍ଲିକ କରିବା ପରେ ଜଣାପଡିଥିଲା ଯେ କେରଳ ହାଇକୋର୍ଟର ଜଷ୍ଟିସ ମହମ୍ମଦ ମୁସ୍ତାକଙ୍କ ଗୋଟିଏ ମନ୍ତବ୍ୟ ଭାଇରାଲ ହେଉଛି । ଜଷ୍ଟିସ ମୁସ୍ତାକ ପତି-ପତ୍ନୀ ଛାଡପତ୍ରକୁ ନେଇ ଅନେକ ରାୟ ଦେଇସାରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ଟ୍ୱିଟରେ ଦାବି କରାଯାଉଛି ଯେ କେରଳ ହାଇକୋର୍ଟର ଜଷ୍ଟିସ ମହମ୍ମଦ ମୁସ୍ତାକ ଶୁଣାଣି ବେଳେ ଧାର ୩୭୬ରେ ନିଜର ବୟାନ ଦେଇଥିଲେ । ଏଥିରେ ସେ କହିଥିଲେ, ଧାରା ୩୭୬ ଲିଙ୍ଗ ସମାନତାର ପ୍ରାବଧାନ ନାହିଁ । ଯଦି ଜଣେ ମହିଳା ବିବାହର ମିଛ ପ୍ରତିଶ୍ରୁତି ପାଇଁ ପୁରୁଷ ଠାରୁ କୌଣସି ପ୍ରକାରର ଭୁଲ ଜିନିଷର ଶିକାର ହୋଇଥାଏ ତେବେ ତାଙ୍କ ଉପରେ କୌଣସି ମକଦ୍ଦମା ରୁଜୁ ହେବ ନାହିଁ । ତେବେ ଗୋଟିଏ ଅପରାଧ ପାଇଁ ମକଦ୍ଦମା କରାଯାଇପାରିବ । ଏହା କେଉଁ ପ୍ରକାର ଆଇନ । ଯାହା ବର୍ତ୍ତମାନ ବେସ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହା ଉପରେ ଭିନ୍ନ ଭିନ୍ନ ମତ ରଖୁଥିବା ଦେଖିବାକୁ ମିଳୁଛି ।