ଚାରିଆଡେ ଜମୁଛି ପ୍ରଚାର । ସୁନ୍ଦରଗଡରେ ଚାଲି ଚାଲି ପ୍ରଚାର କରୁଛନ୍ତି ଯୋଗେଶ ସିଂ, ପାରଳାଖେମୁଣ୍ଡିରେ ରୂପେଶ ପାଣିଗ୍ରାହୀଙ୍କ ରାଲି ।

137

କନକ ବ୍ୟୁରୋ: ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଜମୁଛି ଯୋଗେଶ ସିଂହଙ୍କ ପ୍ରଚାର । ଦଳର କର୍ମୀ ଓ ସମର୍ଥକଙ୍କୁ ଧରି ଗାଁ ଗାଁ ବୁଲୁଛନ୍ତି ଏବଂ ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି । ବିଜେଡି ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ବିଜେଡି ସୁପ୍ରିମୋଙ୍କ ଗ୍ୟାରେଂଟିକୁ ଭିତି କରି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତିି ଯୋଗେଶ । ରାୟଡିହି ଗାଁରେ ପ୍ରଚାର ବେଳେ ଲୋକେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଶୋଭାଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ବିଜୟୀ ହେବା ନେଇ ସେ ଦୃଢ଼ୋନ୍ତି ପ୍ରକାଶ କରିଛନ୍ତି ।

ସେହିପରି ଗଜପତି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଉଷ୍ମ ହେଉଛି ନିର୍ବାଚନ ପ୍ରଚାର । ଏହି ଆସନରେ ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟା ଚୌଧୁରୀ । ଗୀତ ଗାଉଛନ୍ତି, ଡାଇଲଗ୍ ବି କହୁଛନ୍ତି । ଗୁରୁବାର ଗୋଷାଣୀ ବ୍ଲକରେ ବାଇକ ରାଲି ସହ ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି ପ୍ରିୟା । ପ୍ରିୟାଙ୍କୁ ଷ୍ଟାର କ୍ୟାମ୍ପେନର କରିଛି ଦଳ । ସେହିପରି ରୂପେଶ ପାଣିଗ୍ରାହୀଙ୍କ ପତ୍ନୀ ପୁଷ୍ପାଞ୍ଜଳି ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି ।