ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାୟ: ଅପରାଜିତା କହିଲେ, କୋର୍ଟରେ ସତ ମାନିଛନ୍ତି ସରକାର। ପୂରା ଘଟଣାର ମୁଖ୍ୟ ଦୋଷୀ ଏଏସଆଇ: ବିଜୟ ମହାପାତ୍ର

119

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ୬ଟି ବିନ୍ଦୁକୁ ନେଇ ସେ ତର୍ଜମା କରିଛନ୍ତି । କହିଛନ୍ତି ପରିକ୍ରମା ପ୍ରକଳ୍ପର ଶୁଣାଣି ହାଇକୋର୍ଟରେ ଚାଲିଥିଲା ବେଳେ, ଆବେଦନକାରୀ କାହିଁକି ସୁପ୍ରିମକୋର୍ଟ ଗଲେ ତାହା ସ୍ପଷ୍ଟ ନୁହେଁ । ଏଥିସହ ସେ କହିଛନ୍ତି, ଏହି ରାୟ ଶ୍ରୀମନ୍ଦିର ବିକାଶ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କର ସୀମା ନିର୍ଦ୍ଧାରିତ ହୋଇଯାଇଛି । ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆମସାର ଆଇନ ଉଲ୍ଲଂଘନ କରିଥିବା କଥାକୁ ମାନିଛନ୍ତିି । ସେଇଥିପାଇଁ ୪୬ ଫୁଟର ଅଭ୍ୟର୍ଥନା କକ୍ଷକୁ ୧୦୦ ମିଟର ବାହାରକୁ ନେବାକୁ ବାଧ୍ୟ ହୋଇଛନ୍ତି । ବିକାଶ କାମ ଆଇନ ଅନୁସାରେହେଉ ବୋଲି କହିଛନ୍ତି ଭୁବନେଶ୍ୱ ସାଂସଦ ।

ପ୍ରେସମିଟରେ ସାଂସଦ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟରୁ ସ୍ପଷ୍ଟ ହୋଇଛି, ଏଣିକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଏଏସଆଇ ସହ ସମନ୍ୱୟ ରଖି ରାଜ୍ୟ ସରକାରଙ୍କୁ କାମ କରିବାକୁ ପଡ଼ିବ । ଏହାଛଡା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନି ଶ୍ରୀମନ୍ଦିର ପ୍ରଶାସନ ପାଇଁ ରାଜ୍ୟ ସରକାର ଏକ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ଦାୟିତ୍ୱ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ଅପରାଜିତା ।

ଦିଲ୍ଲୀରେ ପ୍ରେସମିଟ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ସରକାର କୋର୍ଟରେ ଭୁଲ ମାନିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସଂପୂର୍ଣ୍ଣ ଘଟଣା ପାଇଁ ଏଏସଆଇକୁ ଦାୟୀ କରିଛନ୍ତି ଓ ଏହା ପୁରୀ ମନ୍ଦିରର ଭବିଷ୍ୟତ ପାଇଁ ବିପଦ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଜବାବ ରଖି ବିଜେଡି କହିଛି ସବୁ ମହାପ୍ରଭୁଙ୍କ ଇଛାରେ ହେଉଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆରମ୍ଭ ହୋଇଥିବା ବିବାଦର ଅନ୍ତ ଘଟିଛି ।