କିଏ ହେବ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି, ଦୌଡରେ ସବୁଠୁ ଆଗରେ ରହିଛନ୍ତି ଏହି ୩ ନେତା

144

କନକ ବ୍ୟୁରୋ : ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ରାଜପକ୍ଷେ ଗୋଟାବାୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମାସିଂଘେଙ୍କୁ ଦେଶର କାମଚଳା ରାଷ୍ଟ୍ରପତି ଭାବେ ଦାୟୀତ୍ୱ ମିଳିଛି । ହେଲେ ଶ୍ରୀଲଙ୍କା ସଂସଦର ନିୟମ ମୁତାବକ ରାଷ୍ଟ୍ରପତି ଇସ୍ତଫା ଦେବାର ଗୋଟିଏ ମାସ ମଧ୍ୟରେ ଦେଶରେ ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ହେଲେ ଦେଶରେ ଯେଭଳି ଆର୍ଥିକ ସଂକଟ ଲାଗି ରହିଛି ଓ ଏହାକୁ ନେଇ ନାଗରିକମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏଭଳି ପରିସ୍ଥିତିରେ କିଏ ସମ୍ଭାଳିବ ଦେଶର ଦାୟୀତ୍ୱ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ଦେଶର ଏହି ଶୀର୍ଷ ଆସନରେ ବସିବା ପାଇଁ ବିରୋଧୀ ଦଳର ନେତା, ଶାସକ, ପତ୍ରକାର ଓ କିଛି ନାମୀଦାମୀ ଲୋକ ଏବେ ରାଷ୍ଟ୍ରପତି ଦୌଡରେ ରହିଛନ୍ତି । ହେଲେ ଏହି ଦୌଡରେ ସବୁଠାରୁ ଆଗରେ ଅଛନ୍ତି ବର୍ତମାନ କାମଚଳା ରାଷ୍ଟ୍ରପତି ପଦ ସମ୍ଭାଳିଥିବା ରାନିଲ ବିକ୍ରମାସିଂଘେ । ହେଲେ ଏବେ ତାଙ୍କ ପାର୍ଟି ଏସଏଲପିପିର ମାତ୍ର ଜଣେ ସାଂସଦ ଅଛନ୍ତି । ଏହାସହ ପୂର୍ବ ରାଷ୍ଟ୍ରପତି ଗୋଟାବାୟାଙ୍କ ଭାଇ ବାସିଲ ରାଜପକ୍ଷେ ଶାନିଲଙ୍କୁ ସମର୍ଥନ କରୁଛନ୍ତି ।

ଏପଟେ ଶ୍ରୀଲଙ୍କାର ମୁଖ୍ୟ ବିରୋଧୀଦଳ ଏସଜେବି ପାର୍ଟିର ନେତା ସାଜିଥ ପ୍ରେମଦାସାବି ରାଷ୍ଟ୍ରପତି ଦୌଡରେ ଅଛନ୍ତି । ହେଲେ ସଂସଦରେ କେବଳ ୫୦ ଜଣ ସାଂସଦ ତାଙ୍କ ସମର୍ଥନରେ ଅଛନ୍ତି । ତାଙ୍କୁ ଯଦି ବାଇପାର୍ଟି ସମର୍ଥନ ମିଳିବ ତେବେ ସାଜିଥ ହୋଇପାରନ୍ତି ଆଗାମୀ ରାଷ୍ଟ୍ରପତି ।

ରାଷ୍ଟ୍ରପତି ଦୌଡରେ ତୃତୀୟ ସ୍ଥାନରେ ରହିଛନ୍ତି ଏସଏଲପିପି ପାର୍ଟିର ଜଣେ ବରିଷ୍ଠ ବିଧାୟକ ଦୁଲାସ ଓହ୍ଲାପ୍ପରୂମା । ଦୁଲାସଙ୍କ ପକ୍ଷରେ ଦଳର ଅନେକ ବିଧାୟକଙ୍କ ସମର୍ଥନ ଥିବା କଥା କୁହାଯାଉଛି । ଦଳର ଜଣେ ସାଂସଦ ଚରିତା ହେରାଥ କହିଛନ୍ତି କି ଏସଏଲପିପି ପାଖରେ ଏବେ ୧୧୭ ଭୋଟ ରହିଛି । ଏହାର ବ୍ୟବହାର କରି ଦୁଲାସଙ୍କୁ ରାଷ୍ଟ୍ରପତି ଭାବେ ଦଳ ବିଜୟୀ କରିବାକୁ ଚେଷ୍ଟା କରିବ ।