କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ୪ଜଣଙ୍କ ମୃତ୍ୟୁ, ୧୨ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

91

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିପାର ଲାଗିଛି ଝାଡ଼ାବାନ୍ତି । ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ସ୍ଥିତି ସମୀକ୍ଷା ପାଇଁ ଗାଁରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦେଖାନାହିଁ । ଏ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କାଶୀପୁର ବ୍ଳକ ଡୁଡୁକାବାହଲ ପଞ୍ଚାୟତ ସଦରରେ ସବିତା ନାୟକ ନାମକ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରେ ଆଉ ୫ଜଣ ଆକ୍ରାନ୍ତ ଅଛନ୍ତି । ଶଙ୍କରଡ଼ା ପଞ୍ଚାୟତର ଗୋରିଘାଟି ଗ୍ରାମରେ ୪ଜଣ , ମାଇକଞ୍ଚ ପଞ୍ଚାୟତର କାକିରିପଦର ଗ୍ରାମର ଦୁଇଜଣ ଓ ଟିକିରି ସ୍ଥିତ ବନ୍ଧସାହିର ଜଣେ ଏପରି ୧୨ରୁ ଅଧିକ ଗୁରୁତର ଆକ୍ରାନ୍ତ କାଶୀପୁର ଓ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଏନେଇ ରାୟଗଡ଼ା ସିଡିଏମଓ ଅବଗତ ନାହାନ୍ତି । ସେ ଭୁବନେଶ୍ୱରରୁ ଆଜି ଫେରିଛନ୍ତି । ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ସିଡିଏମଓ ।