ଶ୍ରୀଲଙ୍କା ବାଛିବ ନୂଆ ରାଷ୍ଟ୍ରପତି : ୪୪ ବର୍ଷ ପରେ ପ୍ରଥମ ଥର ସିଧାସଳଖ ହେବ ରାଷ୍ଟ୍ରପତି ନିର୍ବାଚନ

128

କନକ ବ୍ୟୁରୋ : ଶ୍ରୀଲଙ୍କା ବାଛିବ ନୂଆ ରାଷ୍ଟ୍ରପତି । ଶ୍ରୀଲଙ୍କା ସଂସଦ ୪୪ ବର୍ଷ ପରେ ପ୍ରଥମ ଥର ସିଧାସଳଖ ରାଷ୍ଟ୍ରପତି ନିର୍ବାଚନ କରୁଛି । ରାଷ୍ଟ୍ରପତି ନିର୍ବାଚନ ଦୌଡରେ କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ରହିଛନ୍ତି । ଏହା ବାଦ୍ ଦୁଲ୍ଲାସ ଅଲ୍ଲହପରୁମା ଓ ଅନୁରା କୁମାରା ଦିସାନାୟକେ ରାଷ୍ଟ୍ରପତି ରେସରେ ଅଛନ୍ତି ।

ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ । ନିର୍ବାଚନ ପୂର୍ବରୁ ଦୁଲ୍ଲାସ ଅଲ୍ଲହପରୁମା ଓ ରାନିଲ ବିକ୍ରମାସିଂହେଙ୍କ ଉପରେ ନଜର ରହିଛି । ସେ ନିଜର ପାର୍ଟିର ଅଧିକାଂଶ ନେତାଙ୍କ ବ୍ୟତୀତ ବିରୋଧୀଙ୍କ ମଧ୍ୟ ସମର୍ଥନ ଥିବା କୁହାଯାଉଛି । ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମାସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି କରାଯାଇଛି ।