ଅଧରାତିରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିର ପାଇଁ ନୂଆ ବ୍ୟବସ୍ଥା,ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ

65

କନକ ବ୍ୟୁରୋ : ଜଗା ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଅପେକ୍ଷା କରିଥିବା ବେଳେ ସମ୍ଭାବ୍ୟ ଭିଡ଼କୁ ଦେଖି ବଡ଼ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀଜୀଉଙ୍କ ଦର୍ଶନ ସମୟରେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ୩ ମାସ ହେଲା ଏ ନେଇ ସଚେତନ କରାଯାଉଥିବା ବେଳେ ଜାନୁଆରି ପହିଲାରୁ ଏହା କଡ଼ାକଡ଼ି ହେବ ।

କେଉଁ ପୋଷାକ ପିନ୍ଧିଲେ ଯାଇପାରିବେନି ଶ୍ରୀମନ୍ଦିର..
ପୋଷାକରେ ଶାଳୀନତା ନଥିଲେ ଜଗା ଦର୍ଶନରୁ ବଂଚିତ ହେବେ
ଚିରା-କଟା ଜିନ୍ସ ପିନ୍ଧି ଯାଇପାରିବେ ନାହିଁ
ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ ଉପରେ କଟକଣା
ହାତକଟା ପୋଷାକ ଓ ହାଫ୍ ପ୍ୟାଂଟ ପିନ୍ଧି ଶ୍ରୀମନ୍ଦିର ଯିବା ମନା
ତେବେ ୧୨ ବର୍ଷରୁ କମ୍ ବୟସର ପିଲା ହାଫ୍ ପ୍ୟାଂଟ ପିନ୍ଧି ଯାଇପାରିବେ

ସେପଟେ ଭିଡ଼ ନିୟନ୍ତ୍ରଣ ସହ ସୁରକ୍ଷିତ ଦର୍ଶନ ପାଇଁ ଶ୍ରୀଦାଣ୍ଡ ଓ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷରେ ନୂଆ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । ଏସି ଟନେଲ ବ୍ୟବସ୍ଥା ଯୋଗୁଁ ଭିଡ଼ ଜନିତ ସମସ୍ୟାରୁ ମୁକ୍ତି ମିଳିବ ବୋଲି କୁହାଯାଉଛି ।

ନୂଆ ବର୍ଷ ଅବସରରେ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ପୁରୀ ବେଳାଭୂମି ସବୁଠି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆବର୍ଷରେ ପର୍ଯ୍ୟଟକମାନେ କିଭଳି ମଜା ଉଠାଇପାରିବେ ଏବଂ ଶ୍ରଦ୍ଧାଳୁମାନେ କିଭଳି ଶାନ୍ତି ଶୃଙ୍ଗଳାର ସହ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ, ତାହା ପୁରୀ ପୁଲିସ ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଂଜ ।