ଅନଲାଇନରେ ଜୀବନସାଥୀ ଖୋଜୁଛନ୍ତି କି ? ତେବେ ଏହି ସବୁ ଦିଗପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

43

ଏବେ ଅନଲାଇନରେ ବରପାତ୍ରୀ ବା କନ୍ୟାପାତ୍ର ଖୋଜିବା ଲାଗି ଶାଦି ଡଟ୍, ଜୀବନସାଥୀ ଡଟକମ୍ ଆଦି ଅନେକ ସାଇଟସ୍ ଅଛି । ଏତଦବ୍ୟତୀତ ଧର୍ମ ଓ ଜାତିଆଧାରରେ ମଧ୍ୟ ମିଭିନ୍ନ ସାଇଟସ୍ ଉପଲବ୍ଧ । ଏହି ସାଇଟସମାନଙ୍କରେ ଆପଣ ନିଜ ନାମ ପଞ୍ଜିକୃତ କରି ମନପସନ୍ଦ ଜୀବନସାଥୀ ଖୋଜିପାରିବେ ।

-ପଂଜୀକରଣ ଲାଗି ଏକ ସର୍ଟ ଫମ୍ର୍ ରହିଛି, ଯାହାକୁ ଆପଣଙ୍କୁ ପୂରଣ କରିବାକୁ ପଡିବ । ଆପଣ ଚାହିଁଲେ ସେଥିରେ ନିଜର ଫଟୋ ମଧ୍ୟ ଲଗାଇପାରିବେ ।

-ୱେବସାଇଟରେ ନିଜର ପ୍ରୋଫାଇଲ୍ ପ୍ରସ୍ତୁତ କରିବା ପୂର୍ବରୁ ଚାରି ପାଞ୍ଚଜଣଙ୍କର ପ୍ରୋଫାଇଲ୍କୁ ଭଲଭାବେ ପଢ଼ନ୍ତୁ । ସେଥିରୁ ଆପଣଙ୍କର ଆଇଡିଆ ଆସିଯିବ ଯେ ପ୍ରୋଫାଇଲରେ କ’ଣ ଓ କିପରି ଲେଖାଯିବ ।

– ପ୍ରୋଫାଇଲରେ ନିଜର ବା ନିଜ ପରିବାରର ପ୍ରଶଂସା ଆଦୌ ସୂଚିତ କରନ୍ତୁ ନାହିଁ । ସେପରି କଲେ ପ୍ରୋଫାଇଲ୍ ପଢ଼ିବା ଲୋକ ଆପଣଙ୍କୁ ଗର୍ବୀ ମନେ କରିପାରେ । ଏଣୁ ଯଥାସମ୍ଭବ ସଂକ୍ଷିପ୍ତ ପରିଚୟ ଦିଅନ୍ତୁ ।

-ପ୍ରୋଫାଇଲରେ ନିଜର ବିଶେଷତ୍ୱ, ରୁଚି ଓ ଉପଲବ୍ଧ ସଂପର୍କରେ ଅବଶ୍ୟ ସୂଚନା ଦିଅନ୍ତୁ ।

-ୱେବସାଇଟରେ ରେଜିଷ୍ଟ୍ରେସନ୍ କରିବାପରେ ଆପଣଙ୍କୁ ୟୁଜରଆଇଡି ଓ ପାସଓ୍ଵାର୍ଡ ଦିଆଯିବ, ଯାହା ଦ୍ୱାରା ଆପଣ ଏହି ୱେସାଇଟରେ ସାଇନଇନ୍ କରିପାରିବେ ।

– ଫମ ପୂରଣ କରିବା ସମୟରେ ଆପଣଙ୍କୁ ନିଜର ମେଲଆଇଡ୍ ଦେବାକୁ ପଡିବ, ରେଜିଷ୍ଟ୍ରେସନ୍ ସଂପୂର୍ଣ୍ଣ ହେବା ପରେ ସେହି ମେଲଆଇଡି ରେ ଆପଣଙ୍କ ପାଖକୁ ରେଜିଷ୍ଟ୍ରେସନ୍ ଲାଗି ଏକ ମେଲ୍ ପଠାଯିବ ।

– ସାଇଟରେ ରେଜିଷ୍ଟ୍ରେସନ୍ ସଂପୂର୍ଣ୍ଣଭାବେ ‘ ଫ୍ରି’ ଅଟେ, କିନ୍ତୁ ଅନ୍ୟମାନଙ୍କର ପ୍ରୋଫାଇଲ୍ ଦେଖିବାକୁ ହେଲେ ଆପଣଙ୍କୁ ଫିସ୍ ଦେବାକୁ ପଡିବ । ଆପଣ ଛଅମାସରୁ ଏକ ବର୍ଷ ଯାଏଁ ମେମ୍ବରସିପ୍ ମଧ୍ୟ ନେଇପାରନ୍ତି ।