ଜୟଦେବ ବାଟିକାରୁ ଘଉଡା ହେଲା ଦନ୍ତା ! ଶତାଧିକ ବନକର୍ମଚାରୀଙ୍କ ରାତି ଅଧିଆ ଅପରେସନ

30

କନକ ବ୍ୟୁରୋ: ଜୟଦେବ ବାଟିକାକୁ ପଶିଆସିଥିବା ଜଙ୍ଗଲି ହାତୀକୁ ରାତି ଅଧରେ ଚାଲିଥିଲା ଅପରେସନ । ହାତରେ ଠେଙ୍ଗା ଓ ଟର୍ଚ୍ଚ ଧରି ହାତୀ ଘଉଡାଇଛନ୍ତି ବନ କର୍ମଚାରୀ । ପୋଲିସ ସହାୟତାରେ ହାତୀ ଘଉଡା ହୋଇଛି । ଏକ ପ୍ଲାଟୁନ ପୋଲିସ ଫୋର୍ସ ବି ସାମିଲ ହୋଇଥିବା ବେଳେ ହାତୀକୁ ଦେଖିବାକୁ ନାହିଁ ନଥିବା ଭିଡ ବି ବେଶ ଜମିଥିଲା ।ଲୋକଙ୍କ ଭିଡକୁ ଘଉଡାଇବାକୁ ପୋଲିସକୁ ବି ନାକେଦମ ହେବାକୁ ପଡିଥିଲା ।

ଠିକ୍ ରାତି ୭ଟାରେ ହାତି ଜୟଦେବ ବାଟିକା ଭିତରୁ ବାହାରି ଥିବା ବେଳେ । ଆଗରୁ ପ୍ରସ୍ତୁତ ଥିବା ବନ କର୍ମଚାରୀମାନେ ଘୋଡାଇବାକୁ ଆରମ୍ଭ କରିଥିଲେ । ଲୁହା ପାଚେରୀ ଭାଂଗି ଦନ୍ତା ପାର୍କ ଭିତରେ ପଶିବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲା । ସେପଟେ ହାତୀକୁ ଜଂଗଲ ମୁହାଁ କରିବାପାଇଁ ଆମ୍ରି ହସ୍ପିଟାଲ ପାଖରୁ ଜୟଦେବ ବାଟିକା ଅଚଂଳର ସମସ୍ତ ଷ୍ଟ୍ରିଟ ଲାଇଟ ବନ୍ଦ କରିଦିଆଯାଇଥିଲା । ପାଖାପାଖି ୫ ଘଂଟାର ଛକାପଂଝା ପରେ ହାତୀ ଭରତପୁର ଜଙ୍ଗଲ ଭିତରକୁ ଚାଲିଯାଇଥିଲା ।

ତେବେ ଏହି ଅପରେସନ ବେଳେ ହାତୀ କିଛି ସମୟ ପାଇଁ ପାଖ ବସ୍ତିରେ ପଶିଯାଇଥିଲା । ଫଳରେ ଲୋକେ ଆତଙ୍କିତ ହୋଇପଡିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଅପରେସନ ଚାଲିଥିଲା ।