ବନ୍ଦ ହୋଇପାରେ ୯ଟି ବ୍ୟାଙ୍କର ଶାଖା ! ଯଦି ଆପଣଙ୍କର ବି ରହିଛି ଏହିସବୁ ବ୍ୟାଙ୍କରେ ଖାତା ତେବେ ତୁରନ୍ତ ପଢନ୍ତୁ ଏହି ଖବର
ଖବର ମୁତାବକ, Prompt Corrective Action (PCA) ପରିସରରେ ଆସୁଥିବା ୧୧ଟି ବ୍ୟାଙ୍କ ମଧ୍ୟରୁ ସାର୍ବଜନୀକ ବ୍ୟାଙ୍କଗୁଡିକ ସରକାରଙ୍କ ନିକଟରେ ଦୁଇ ବର୍ଷର ରିକଭରି ଯୋଜନା ଦାଖଲ କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ନୁତାବକ, ଏହିସବୁ ବ୍ୟାଙ୍କ ନିଜର ସହାୟକ ଶାଖାଗୁଡିକରେ ସେୟାରହୋଲ୍ଡରିଂ ବିକ୍ରି ଓ କର୍ପୋରେଟ କରଜ ହ୍ରାସତା ଆଣିବାରେ ସହଯୋଗ କରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଯେଉଁ ୯ଟି ବ୍ୟାଙ୍କ ରିକଭରି ପ୍ଲାନ ଦାଖଲ କରିଛନ୍ତି , ସେମାନଙ୍କ ମଧ୍ୟରେ ଦେନା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ,ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, କର୍ପୋରେସନ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ , ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ , ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ , ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ଓରିଂଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ବ୍ୟାଙ୍କ ଅଫ ମହାରଷ୍ଟ୍ର ସାମିଲ ।
ସୂଚନା ମୁତାବକ, ପିସିଏ ପରିସରରେ ଥିବା ବ୍ୟାଙ୍କ ଉପରେ ଲାଭାଂଶ ବିତରଣ ଏବଂ ମୁନାଫାର ପେମେଂଟ ଫ୍ରଂଟରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯ।।ଇଥାଏ । ଏଭଳି ବ୍ୟାଙ୍କଗୁଡିକର ମାଲିକ ତଥା ସରକାରଙ୍କୁ ଏଥିରେ ପୁଂଜି ନିବେଶ କରିବାକୁ ପଡିଥାଏ । ଏହାଛଡା ତାଙ୍କୁ ଶାଖାଗୁଡିକର ସଂଖ୍ୟା ବୃଦ୍ଧି କରିବା ଉପରେ ବି ରୋକା ଯାଇପାରେ । ଏମାନଙ୍କର ନିର୍ଦ୍ଦେଶକଙ୍କୁ ଦିଆଯାଉଥିବା ଫିସ୍ ମଧ୍ୟ ସାମିଲ ରହିଛି ।
ଏଠାରେ ଆମେ କହି ରଖୁଛୁ କି, ନୀରବ ମୋଦି ଘୋଟାଲାର ଦଶା ଭୋଗୁଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କ ତଥା ପିଏନବିକୁ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୧୩ ହଜାର କୋଟି ଟଙ୍କା ଯୋଗାଡ କରିବାକୁ ଯୋଜନା ରହିଛି । ଯାହାକୁ ବ୍ୟାଙ୍କର ସହାୟକ ଶାଖା ପିଏନବି ହାଉସିଂ ଫାଇନାନ୍ସରେ ସେୟାରହୋଲ୍ଡରିଂ ବିକ୍ରି କରିବା ସମେତ ଫସି ରହିଥିବା କରଜ (ଏନପିଏ)ର ରିକଭରି ଜରିଆରେ ଯୋଗାଡ କରାଯିବ । ତେବେ ପିଏନବି ହାଉସିଂ ଫାଇନାନ୍ସରେ ପିଏନବିର ପାଖାପାଖି ୩୯.୦୮ ପ୍ରତିଶତ ସେୟାରହୋଲ୍ଡରିଂ ରହିଛି । ବ୍ୟାଙ୍କ ନୂଆ ଦିଲ୍ଲୀସ୍ଥିତ ନିଜ ସଂପତିର ବିକ୍ରି କରିବାକୁ ମଧ୍ୟ ଯୋଜନା କରିଥିବା ମିଳିଥିବା ସୂଚନାରୁ ଜଣାପଡୁଛି ।
ସୌଜନ୍ୟ: ଦୈନିକ ଜାଗରଣ